Odia News Portal

ଆସନ୍ତୁ ଜାଣିବା, ଶରୀରର ଏହିସବୁ ଜାଗାରେ କଳାଜାଈ ଥିଲେ ହୋଇଥାଏ ଅତି ଶୁଭ

ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା କଳାଜାଈର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଶରୀରରେ ନାଲିଜାଇ ରହିଲେ ଶୁଭ ବୋଲି କୁହାଯାଇଥିବା ବେଳେ, କଳାଜାଇର ଉପସ୍ଥିତି ଶରୀରରେ ଉଭୟ ଶୁଭ ଓ ଅଶୁଭ ବୋଲି ବର୍ଣ୍ଣନା ହୋଇଛି। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଈ ରହିବା ଶୁଭ ହୋଇଥାଏ । ଯଦି ଆପଣଙ୍କ ନାଭି ପାଖରେ କଳାଜାଈ ଅଛି ତେବେ ଏହା ଆପଣଙ୍କୁ ବହୁତ ଶୁଭଫଳ ଦେଇଥାଏ।

ଏହି ସ୍ଥାନରେ କଳାଜାଈ ଥିଲେ ଏହା ଆପଣଙ୍କୁ ସୁଖ ସମୃଦ୍ଧିର ସୂଚନା ଦେଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ମଥାରେ କଳାଜାଈ ଅଛି, ତେବେ ସେ ବୁଦ୍ଧିମାନ୍ ହୋଇଥାଆନ୍ତି। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ। ପାଦ ଆଙ୍ଗୁଠିରେ କଳାଜାଈ ଥିବା ବ୍ୟକ୍ତିଙ୍କୁ ସାମାଜିକ କ୍ଷେତ୍ରରେ ବହୁତ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। କାନ ଉପରେ କଳାଜାଈ ଥିଲେ ବ୍ୟକ୍ତି ଜ୍ଞାନୀ ଏବଂ ବୁଦ୍ଧିମାନ ହୋଇଥାଆନ୍ତି।

ସେ ନିଜର ଜ୍ଞାନ ବଳରେ ଧନ ଅର୍ଜନ କରନ୍ତି। ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଈ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି। ଯାହାର ପେଟ ଉପରେ କଳାଜାଈ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ। ଯେଉଁ ବ୍ୟକ୍ତିଙ୍କ ପିଠିରେ କଳାଜାଈ ଥାଏ ସେ ବହୁତ ମହତ୍ୱାକାଂକ୍ଷୀ ଏବଂ ଭୌତିକବାଦୀ ହୋଇଥାଆନ୍ତି।

ଏମିତି ବ୍ୟକ୍ତି ଧନକୁ ସଞ୍ଚୟ କରି ରଖନ୍ତି ଏବଂ ହୃଦୟ ଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି। ମଧ୍ୟମା ଆଙ୍ଗୁଳିରେ କଳାଜାଈ ରହିଲେ ବ୍ୟକ୍ତି ବିଦ୍ୱାନ, ଧନବାନ ଏବଂ ସମ୍ମାନିତ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ୱରେ କଳାଜାଈ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସହଜରେ ସଫଳତା ହାସଲ କରିଥାଆନ୍ତି।