ଆବଶ୍ୟକୀୟ ସାମଗ୍ରୀ: ଛତୁ, କଟା ପିଆଜ, କଟା ଆଳୁ, କଟା ଟମାଟ, ରସୁଣ-ଅଦା ପେଷ୍ଟ୍ , ହଳଦୀ, କଟା ଧନିଆ ପତ୍ର, ଲେମ୍ବୁ, କଟା କଂଚା ଲଙ୍କା, ତେଲ, ଫୁଟଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ଗରମ ମସଲା ପାଉଡର୍ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହାପରେ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଛୋଟ ଛୋଟ କଟା ହୋଇଥିବା ଆଳୁକୁ ପକାଇ ଭାଜିନ୍ତୁ। ଆଳୁ ଭାଜି ହୋଇଯିବା ପରେ ତାକୁ ଏକ ପ୍ଲେଟରେ ବାହାର କରି ଆଣନ୍ତୁ। ଏବେ କରେଇରେ ତେଲ ଗରମ କରି ଫୁଟଣ, ପିଆଜ ପକାଇ ହାଲକା ଭାଜନ୍ତୁ। ପିଆଜ ଟିକେ ଲାଲ୍ ହୋଇଗଲେ କଟା କଂଚା ଲଙ୍କା, ଟମାଟୋ, ଅଦା-ରସୁଣ ପେଷ୍ଟ, ହଳଦୀ ପକାଇ ମସଲାକୁ ଭଲ ଭାବେ କସି ଦିଅନ୍ତୁ।
ବର୍ତ୍ତମାନ ଏଥିରେ କଟା ହୋଇଥିବା ଛତୁକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଆଂଚକୁ ମିଡିୟମରେ ରଖି ଏକ ଘୋଡଣି ଦେଇ ଛତୁକୁ ସିଝିବାକୁ ଦିଅନ୍ତୁ। ଛତୁରୁ ପାଣି ହାଲକା ଶୁଖିବା ପରେ ଘୋଡଣି ବାହାର କରି ସେଥିରେ ଭଜା ଆଳୁ, ଲୁଣ, ଜିରା ପାଉଡର୍, ଧନିଆ ପାଉଡର୍, କଟା ଧନିଆ ଓ ଗରମ ମସଲା ପକାଇ ଭଲ ଭାବେ ଘାଣ୍ଟିଦିଅନ୍ତୁ ଏବଂ ପୁଣିଥରେ ଘୋଡଣି ଦିଅନ୍ତୁ।
ଛତୁ ସମ୍ପୂର୍ଣ୍ଣ ସିଝିବା ପରେ ଉପରେ ଲେମ୍ବୁ ରସ ପକାନ୍ତୁ ଏବଂ ଭଲ କରି ମିଶାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚଟପଟା ଛତୁ’। ଏହାକୁ ରୁଟି, ପରଟା କିମ୍ବା ନାନ୍ ସହିତ ଖାଆନ୍ତୁ।