Odia News Portal

ଆଜି ଶନିବାର ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ …

ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନିଦୋଷ ରହିଛି, ତେବେ ଶନିଙ୍କର ବ୍ରତ କରିବା ପାଇଁ ଜ୍ୟୋତିଷ ମତ ଦେଇଥା’ନ୍ତି। କୁହାଯାଏ ଯେ, ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କୁ ଖରାପ ଫଳ ଦେଇଥା’ନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନିଦୋଷ ରହିଥାଏ, ତା’ହେଲେ ଶନିବାର ଦିନ ତାଙ୍କୁ କିଛି ଖାଦ୍ୟଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା, ଶନିବାର ଦିନ କେଉଁ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ।

– ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରିପାରିବେ।

– ଏହିଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥାଏ।

– ଶନିବାର ଦିନ ଲାଲ୍‌ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।

– ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି। ତେଣୁ ମସୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡ଼ିଥାଏ।

– ସେହିପରି ଶନିବାର ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।

– ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ।