Odia News Portal

ଏହି ମାସରେ ୧୧ଦିନ ବନ୍ଦ ରହିବ ବ୍ୟାଙ୍କ, ଆସନ୍ତୁ ଜାଣିବା ..

ନୂଆଦିଲ୍ଲୀ : ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କୌଣସି କାମ ପାଇଁ ପୂର୍ବରୁ ପ୍ଲାନିଙ୍ଗ କରି ରଖିଛନ୍ତି ତେବେ ଏହାକୁ ଖୁବ୍ ଶୀଘ୍ର ସାରି ଦିଅନ୍ତୁ। ଦିପାବଳୀ ପାଇଁ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କ ୧୧ଦିନ ବନ୍ଦ ରହିବ। ସେଥିପାଇଁ ଯଦି ଆପଣଙ୍କର ଟଙ୍କାପଇସା କିମ୍ବା ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି ତେବେ ଏହାକୁ ଛୁଟି ପୂର୍ବରୁ ସାରି ଦିଅନ୍ତୁ। ଏହା ସହିତ ପର୍ବପର୍ବାଣି ପାଇଁ ଖର୍ଚ୍ଚ ନିମନ୍ତେ ଟଙ୍କା ଉଠାଇ ରଖି ଦିଅନ୍ତୁ ଫଳରେ ବ୍ୟାଙ୍କ ବନ୍ଦ ନିମନ୍ତେ ଆପଣଙ୍କର ଯେପରି କୌଣସି ସମସ୍ୟା ନହେଉ।

ଅକ୍ଟୋବର ୨ତାରିଖରୁ ଛୁଟି ଆରମ୍ଭ ହୋଇଯାଉଛି। ଗାନ୍ଧୀ ଜୟନ୍ତୀ ଫଳରେ ଅକ୍ଟୋବର ୨ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ୬,୭ ଏବଂ ୮ତାରିଖ ଲଗାତାର ୩ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ। ୬ତାରିଖ ରବିବାର। ଅକ୍ଟୋବର ୭ତାରିଖ ନବମୀ ଏବଂ ୮ତାରିଖ ବିଜୟା ଦଶମୀ ହେବା ଫଳରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଅକ୍ଟୋବର ୧୨ତାରିଖ ଦ୍ବିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୩ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଅକ୍ଟୋବର ୨୦ତାରିଖ ମଧ୍ୟ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।

ଛୁଟି ତାଲିକା