Odia News Portal

ଗ୍ରାହକଙ୍କ ପାଇଁ ଖୁସୀ ଖବର ପୁଣି ଶସ୍ତା ହେଲା ସୁନା ଓ ରୂପା

ନୂଆଦିଲ୍ଲୀ : ପର୍ବପର୍ବାଣୀ ଆରମ୍ଭ ହେବା ମାତ୍ରେ ସୁନା ଓ ରୂପା ଦର ହ୍ରାସ ହୋଇଥାଏ। ପୂଜା ବଜାରକୁ ଲକ୍ଷ୍ୟକରି ଗ୍ରାହକଙ୍କ ପାଇଁ ରିହାତି ଅଫର ଦିଆଯାଇଥାଏ। ପୂଜା ବଜାରରେ ସବୁ ପ୍ରକାର ଜିନିଷ ଉପରେ ରିହାତି ଅଫର ମିଳିଥାଏ। ଏହାସହ ସୁନା ଓ ରୂପା ଉପରେ ମଧ୍ୟ ଗ୍ରାହକଙ୍କୁ ଅଳଙ୍କାରର ଗଢ଼ା ମଜୁରିଠାରୁ ଆରମ୍ଭକରି ବିଭିନ୍ନ ଡିଜାଇନର ଅଳଙ୍କାର ଉପରେ ରିହାତି ଅଫର ମିଳିଥାଏ। ଏବେ ସୁଦ୍ଧା ପର୍ଯ୍ୟୟ କ୍ରମେ ଲଗାତର ତିନିଦିନ ହେବ ସୁନା ଓ ରୂପାର ହ୍ରାସ ମୂଲ୍ୟକୁ ରେକର୍ଡ କରାଯାଇଛି। ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ଦର ହ୍ରାସ ପାଇ ୩୮୫୬୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ ୧୦ ଗ୍ରାମରେ ୧୨୧ଟଙ୍କ ସୁନାଦର କମିଛି । ସେହିପରି ରୂପାର ମୂଲ୍ୟ ହ୍ରାସ ହୋଇ ୮୫୧ ଟଙ୍କାରେ ପହଞ୍ଚିଛି।

ସୁନା ଦର ହ୍ରାସ ହେବାର କାରଣ ଏବେ ଶେୟାର ବଜାରରେ ଦ୍ରୁତଗତି ବୃଦ୍ଧି ପାଉଛି। ଶେୟାର ବଜାର ବୃଦ୍ଧି ହେବାଫଳରେ ପୁଣି ଥରେ ଗ୍ରାହକ ଇକ୍ବିଟି ବଜାର ଆଡ଼କୁ ଧ୍ୟାନ ଦେଇଛନ୍ତି। ଯାହାଫଳରେ ସୁନା ଦର ୧୦ ଗ୍ରାମ ପ୍ରତି ୧୨୧ ଟଙ୍କା ହ୍ରାସ ହୋଇ ୩୮୫୬୪ ଟଙ୍କାରେ ପହଞ୍ଚିଛି। ସେହିପରି ଗୁରୁବାର ୧୦ ଗ୍ରାମ ସୁନା ପ୍ରତି ୪୯୭ ଟଙ୍କା ହ୍ରାସ ହୋଇ ୩୮୬୮୫ ଟଙ୍କାରେ ପହଞ୍ଚିଥିଲା।