ନୂଆଦିଲ୍ଲୀ : ରାଜନୀତି ଦୁନିଆରେ ପ୍ରତିଦିନ କିଛି କିଛି ନୂଆ ଘଟିଥାଏ। ଏବେ ଭାରତରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଏହା ଯେ, କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ କେବେ ବିବାହ କରିବେ? ସୋଶିଆଲ ମିଡିଆରେ କିଛି ଦିନ ତଳେ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ପରିବାର ସଦସ୍ୟଙ୍କ ସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋରେ ଲେଖାଯାଇଥିଲା ଯେ ଏହା ନିର୍ବନ୍ଧ ତାରିଖ ସ୍ଥିର ହେବା ପରର ଫଟୋ । କିନ୍ତୁ ଏହାକୁ ଅଦିତି ସିଂହ ଏକ ଗୁଜବ ବୋଲି କହିଥିଲେ।
ସୋଶିଆଲ ମିଡିଆରେ ଖବର ଆସିଥିଲା ଯେ ରାହୁଲ ଗାନ୍ଧୀଙ୍କ ବିବାହ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ସହ ଫିକ୍ସ ହୋଇଛି। ଅଦିତି ସିଂହ ଟ୍ବିଟ କରି ରାହୁଲ ଗାନ୍ଧୀଙ୍କ ସହ ନିର୍ବନ୍ଧ ଖବରକୁ ଗୁଜବ ବୋଲି କହିଛନ୍ତି। ଅଦିତି ଆହୁରି ମଧ୍ୟ କହିଛନ୍ତି ଯେ,ରାହୁଲ ଗାନ୍ଧୀ ତାଙ୍କ ଭାଇ ପରି,ସେ ତାଙ୍କୁ ରାକ୍ଷୀ ବାନ୍ଧନ୍ତି।
ଏହି ଖବର ଭାଇରାଲ ହେବାର କାରଣ ହେଉଛି ଗୋଟିଏ ଫଟୋ। ଏହି ଫଟୋରେ ରାହୁଲ ଏବଂ ଅଦିତିଙ୍କ ପରିବାର ଲୋକେ ଏକାଠି ନଜର ଆସିଛନ୍ତି। ଏହି ଫଟୋ ସୋଶିଆଲ ମିଡିଆରେ ଆସିବା କ୍ଷଣି ଲୋକେ ଏମାନଙ୍କ ବିବାହ ଖବରକୁ ନେଇ ଗୁଜବ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଏବେ ଯାଏଁ ଏହି ଖବର ସ୍ପଷ୍ଟ ହୋଇନାହିଁ।
