ବରଗଡ() ବିଜେପୁର ନିର୍ବାଚନ ପୂର୍ବରୁ ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।ନିଜର ସମର୍ଥକଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏପରି ନିଷ୍ପତି ନେଇଥିବା କଥା ସୂଚନା ଦେଇଛନ୍ତି ।
ଅଶୋକ ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିଲେ ଏବଂ ପରାଜିତ ମଧ୍ୟ ହୋଇଥିଲେ । କିନ୍ତୁ ଏହା ପର ଠାରୁ ଦଳ ତାଙ୍କୁ ଅଣଦେଖା କରୁଥିଲା ବୋଲି ସେ ଅଭିଯୋଗ କରିଆସୁଥିଲେ । ଏପରିକି ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଇ ନଥିଲା ବୋଲି ସେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ସେହି ଅସନ୍ତୋଷରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଆଜି ଘୋଷଣା କରିଛନ୍ତି ।
