ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଗାଦିରେ କିଏ ବସିବ ତାକୁ ନେଇ କଂଗ୍ରେସର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ମେଳିରେ ମହମ୍ମଦ ମୋକିମଙ୍କ ନାଁରେ ମୋହର ବାଜିଛି । ଆସନ୍ତା ୧୦ତାରିଖରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ ଲାଗି ମହମ୍ମଦ ମୋକିମଙ୍କ ନାଁ ପ୍ରସ୍ତାବ ଦିଆଯିବ । ଏନେଇ ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲ ସୂଚନା ଦେଇଛନ୍ତି ।
ରାଜ୍ୟରେ କଂଗ୍ରେସ ଅସ୍ଥିତ୍ୱ ହରାଇବା ଅବସ୍ଥାରେ ରହିଥିବା ବେଳେ ଏବେ ପିସିସି ଆସନକୁ ନେଇ ଟଣାଓଟରା ଲାଗିଛି । ଆଜି ଭୁବନେଶ୍ୱରରେ ପିସିସି ଆସନକୁ ନେଇ ଏକ ବୈଠକ ବସିଥିଲା । ଆଜି ବସିଥିବା ବୈଠକରେ ଅସନ୍ତୁଷ୍ଟ କର୍ମୀ ପିସିସି ପଦ ପାଇଁ ମହମ୍ମଦ ମୋକିମଙ୍କ ନାଁକୁ ସୁପାରିଶ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ ଲାଗି ମହମ୍ମଦ ମୋକିମଙ୍କ ନାଁ ପ୍ରସ୍ତାବ ଦିଆଯିବ ।
ଆସନ୍ତା ୧୦ତାରିଖରେ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ସମୟ ମଗାଯାଇଛି । ବରଗଡ଼ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ମଧ୍ୟ ପିସିସି ଆସନରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ନିଷ୍ପତିକୁ ସମର୍ଥନ ଦେବାକୁ ଜଣାଇଛନ୍ତି ବୋଲି ବୈଠକ ସରିବା ପରେ ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲ ସୂଚନା ଦେଇଛନ୍ତି ।
