Odia News Portal

ପଛକୁ ଠେଲିହୋଇ ଯାଉଛି ବିଜେପି

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ବିଜେପି ଧିରେ ଧିରେ ପଛକୁ ଠେଲିହୋଇ ଯାଉଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ
ଆଲୋଚନାରେ ବିଜେପି ନେତାମାନେ କଂଗ୍ରେସ ଭଳିଆ ଜୋରଦାର ପ୍ରଦର୍ଶନ କରିପାରିନଥିବାବେଳେ ଗତ ଦୁଇଦିନ ଧରି
କଂଗ୍ରେସର ପାୱାର ସୋ ସେମାନଙ୍କୁ ଏକ ପ୍ରକାର ପଛକୁ ଠେଲି ଦେଲାଣି । ଦୁଇଦିନ ମଧ୍ୟରେ କଂଗ୍ରେସ ରାଜଧାନୀରେ ସରକାରଙ୍କ ବିରୁଦ୍ଧରେ ଜୋରଦାର ପ୍ରଦର୍ଶନ କରିଛି । ପିଆଜ ଦର ବୃଦ୍ଧିକୁ ବେି ରାଧ କରି କଂଗେସ୍ର ନେତାମାନେ ରାଜରାସ୍ତାରେ ୪୦ଟଙ୍କା ଦରରେ ପିଆଜ ବିକିକ୍ର ରି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥôବ ।
ବେଳେ ରାତି ଅଧରେ ପୁରୀ ଧର୍ଷଣ ଘଟଣାରେ ନବୀନ ନିବାସକୁ କ୍ୟାଣ୍ଡେଲମାର୍ଚ୍ଚ କରି ସମସ୍ତଙ୍କୁ ସ୍ତ୨ କରିଦେଇଛନ୍ତି । ସେହିଭଳି ରାତି ପାହୁ ପାହୁ ଛାତ୍ର କଂଗ୍ରେସ ନବନୀ ନିବାସ ଘେରାଉ ପାଇଁ ଯାଇଥିବାବେଳେ ଅପରାହ୍ନରେ କଂଗ୍ରେସ ପକ୍ଷରୁ ସମ୍ବାଦିକ ସ୧ିଳନୀ ଜରିଆରେ ନାରୀ ନିର୍ଯ୍ୟତାନା ପାଇଁ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଆକ୍ରମଣ ହୋଇଛି । ତେବେ କଂଗ୍ରେସର ଏଭଳି ପାୱାର ପ୍ଲେ ରେ ବିଜେପି ଏକ ରକମ ପଛରେ ପଡିଛି । ପିଆଜ ଦର ବୃଦ୍ଧିକୁ ନେଇ ଦଳୀୟ ନେତାମାନେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ବିଳନୀ କରିବା ବ୍ୟତିତ ଆଉ କିଛି କରିପାରି ନାହାନ୍ତି । ସେହିଭଳି ପୁରୀ ଘଟଣାରେ ବିଜେପି କଣ କରିବ ବୋଲି ଚିନ୍ତା କଲାବେଳକୁ କଂଗ୍ରେସ ନେତାମାନେ ଦୁଇ ଦୁଇଟି କାର୍ଯ୍ୟକ୍ରମ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଯଦିଓ କଂଗ୍ରେସ ହଠାତ୍‍ ସକ୍ରିୟ ହୋଇ ଉଠିଛି ତଥାପ ନିଜକୁ ମୁଖ୍ୟ ବିରୋଧିଦଳ ବୋଲି କହି ସରକାରଙ୍କୁ ସର୍ବଦା ସମାଲୋଚନା କରୁଥିବା ବିଜେପି ଯେ ଏବେ ଧିରେ ଧିରେ ପଛକୁ ଠେଲିହୋଇ ଯାଉଛି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ବିଧାନସଭା ସମୟରେ ବିଜେପି ଗୃହ ମଧ୍ୟରେ ମଧ୍ୟ କଂଗ୍ରେସ ତୁଳନାରେ ପଛରେ ପଡିଥିଲା । କଂଗ୍ରେସର ୯ଜଣ
ସଦସ୍ୟଙ୍କ ଜୋରଦାର ପ୍ରଦର୍ଶନ ଆଗରେ ବିଜେପିର କୌଣସି ରଣନୀତି କାମ କରିପାରିନଥିଲା । ଯାଜପୁର ସ୍ମିତାରାଣୀ ମୃତ୍ୟୁକୁ
ମୁଖ୍ୟ ପ୍ରସଙ୍ଗ କରିଥିବା ବିଜେପି ଶେଷରେ ଏ ନେଇ ଆଲୋଚନା ବି କରିପାରିନଥିଲା । ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା
ପ୍ରଚାରପତ୍ରରେ ଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗ ହେଉ କିମ୍ବା ଧାନର ଅଭାବି ବିକ୍ରି ଅଥବା ପର୍ଯ୍ୟଟନ ମବୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ସବୁଥିରେ କଂଗ୍ରେସ ନେତାମାନେ ଜୋରଦାର ପ୍ରଦର୍ଶନ କରି ସରକାରଙ୍କୁ ଅଡୁଆରେ ପକାଇଥିଲେ ।
ଅବସ୍ଥା ଏଭଳି ହୋଇଥିଲା ଯେ ବିଜେପି ନେତାମାନେ କହିବାର ସୁଯୋଗ ଦାବିକରି ଗୃହ ବାହାରେ ଗାନ୍ଧୀମୂର୍ତ୍ତି ତଳେ ବସିଥିଲେ ।
ଏବେ ବିଧାନସଭା ସରିଯାଇଥିବାବେଳେ କଂଗ୍ରେସ ଯେଭଳି ହଠାତ୍‍ ତତ୍ପର ହୋଇ ଉଠିଛି ତାହାକୁ ନେଇ ରାଜନୈତକ
ରାଜନୈହତିକ ମହଲରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ବିଜେପିର ଧିମା ରଣନୀତିକୁ ନେଇ ମଧ୍ୟ ଚର୍ଚ୍ଚାର ଜୋର ଧରିଛି । ପିଆଜର ଦରବୃଦ୍ଧି ଭଳି ପ୍ରସଙ୍ଗରେ ବିଜେପି କାହିଁକି କଂଗ୍ରେସ ଭଳି ପ୍ରଦର୍ଶନ କରିପାରିଲା ନାହିଁ ଓ ଏହା ପଛରେ କି ପ୍ରକାର କାରଣ ନେଇ ତାହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଦଳୀୟ ନେତାଙ୍କ ଆଚରଣକୁ ନେଇ ଅନେକ ବିଜେପି କର୍ମୀ ଅସନ୍ତୁଷ୍ଟ ଥିବା ଲକ୍ଷ୍ୟ କରାଯାଇଛି ।