Odia News Portal

ନିରଞ୍ଜନଙ୍କ ଏକ୍‍ଲା ଚଲୋ ନୀତି

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ଏକ୍‍ଲା ଚଲୋ ନୀତି ଆପଣେଇଛନ୍ତି । ଦଳର
କାର୍ଯ୍ୟକାରୀ ସଭାପତିଙ୍କର ଦେଖାଦର୍ଶନ ନଥିବାବେଳେ କୌଣସି ଗୋଟିଏ ହେଲେ ଶାଖାର ମୁଖିଆ ବି ନାହାନ୍ତି । ଏଭଳି ସ୍ଥିତିରେ
ତାଙ୍କୁ ସଭାପତି ପଦରୁ ହଟାଇବାପାଇଁ ଦଳରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ସେଥିରୁ ବର୍ତ୍ତିବାପାଇଁ କେହି ନଆସିଲେ ବି
ନିଜସ୍ୱ ଉଦ୍ୟମରେ ନିରଞ୍ଜନ ଏବେ ସରକାର ବିରୋଧି କାର୍ଯ୍ୟ ଚଳାଇଛନ୍ତି ।

 

ସାଧାରଣ ର୍ନିବାଚନ ପରେ କଂଗ୍ରେସର ସବୁ ଶାଖା ଭାଙ୍ଗି ଥିବାବେଳେ ପ୍ରଦେଶ ସଭାପତି ପଦରୁ ନିରଞ୍ଜନ ଦଳ ବଳ
ସହ ଇସ୍ତଫା ଦେଇଥିଲେ । ହେଲେ ଜାତୀୟ କଂଗ୍ରେସ ନିରଞ୍ଜନଙ୍କ ଇସ୍ତଫାକୁ ଗ୍ରହଣ ନକରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କୁ ସଭାପତି ଓ ଅନ୍ୟ ଦୁଇଜଣ କାର୍ଯ୍ୟକାରୀ ସଭାପତି ନିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କ ପଦବୀ ବଜାୟ ରଖିଥିଲେ । ହେଲେ ଦଳର ଅନ୍ୟ ଶାଖାକୁ ଭାଙ୍ଗି ଦିଆଯାଇଛି । ଏପର୍ଯ୍ୟନ୍ତ ଗଣମାଧ୍ୟମ ହେଉଥିବା ଛାତ୍ର କଂଗ୍ରେସ କାହାର ହେଲେ ସ୍ଥାୟୀ ମୁଖିଆ ନାହାନ୍ତି । ଦୁଇ କାର୍ଯ୍ୟକାରୀ ସଭାପତି ମଧ୍ୟ କଂଗ୍ରେସ ଭବନରେ ପାଦ ପକାଉନଥିବା ଦେଖିବାକୁ ମିଳିଛି ।
ଏଭଳି ସ୍ଥିତିରେ କଂଗ୍ରେସର ଗୋଟିଏ ଗୋଷ୍ଠି ମୋକିମ-ବାପିଙ୍କ ନେତୃତ୍ୱରେ ନିରଞ୍ଜନ ହଟାଅ ଅଭିଯାନ ଆରମ୍ଭ
କରିଛନ୍ତି ।

 

ପ୍ରଥମେ ରାଜଧାନୀରେ ଘନ ଘନ ବୈଠକ କରିବାପରେ ଏବେ ଦିଲ୍ଲୀରେ ଚାଲିଛି ମନ୍ତ୍ରଣା । କିଛି ମହିଳା ନେତ୍ରୀଙ୍କୁ ବି ଦିଲ୍ଲୀ ପଠାଯାଇଛି । ସେମାନେ ସେଠାରେ ନିରଞ୍ଜନଙ୍କୁ ହଟାଇବାପାଇଁ ସୋନିଆଙ୍କୁ ଭେଟିବାପାଇଁ ଯାଇଥିଲେ ବି ସେଥିରେ ସଫଳ ହୋଇନାହାନ୍ତି । ହେଲେ ଉଦ୍ୟମ ଜାରି ରହିଛି । ଅସନ୍ତୁଷ୍ଟ ଗୋଷ୍ଠିଙ୍କ ଏଭଳି ଷଣ୍ଢୁଆସୀ ଆକ୍ରମଣରେ ନିରଞ୍ଜନ ଏବେ ଗାଦି ରକ୍ଷାପାଇଁ ଆଗକୁ ଆସିଛନ୍ତି । ନିଜେ ସାମ୍ବାଦିକ ସମ୍ମିଳନୀ କରି ବିଜେପି-ବିଜେଡିକୁ ଗାଳିଦେବା ସହିତ ନିଜର ଅନୁଗତମାନଙ୍କୁ ପ୍ରତିଦିନ ରାଜଧାନୀରେ କିଛି ନା କିଛି ଧାରଣା ଧର୍ମଘଟ କରିବାକୁ ଅଲିଖିତ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏହାର ପରିଣାମ ସ୍ୱରୂପ ଗତ କିଛିଦିନ ହେଲା କଂଗ୍ରେସର କର୍ମୀମାନେ ରାଜଧାନୀରେ ସଭା, ଶୋଭାଯାତ୍ରା, ଟମାଟୋ ଓ ପିଆଜ ମାଡ ଭଳି କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି । କେତେବେଳେ ରାସ୍ତାରେ ପିଆଜ ବିକ୍ରି କରୁଛନ୍ତି ତ ଆଉ କେତେବେଳେ ରାତି ଅଧିଆ ନବୀନ ନିବାସଯାତ୍ରା କରୁଛନ୍ତି । ଆଉ କେତେବେଳେ ଅଣ୍ଡାମାଡ କରିବାର ଧମକ ଦେଉଛନ୍ତି । କଂଗ୍ରେସର ହଠାତ୍‍ ଏଭଳି ସକ୍ରିୟତାକୁ ନେଇ କିଛି କର୍ମୀ ବେଶ୍‍ ଖୁସିଥିବାବେଳେ ଏହା କିନ୍ତୁ ବେଶିଦିନ ଚାଲିବା ନେଇ ଆଉ କିଛି ଆଶଙ୍କାପ୍ରକାଶ କରିଛନ୍ତି ।

 

ସେମାନଙ୍କ ମତରେ ନିରଞ୍ଜନଙ୍କ ନେତୃତ୍ୱରେ ସରକାର ବିରୋଧି କାର୍ଯ୍ୟକ୍ରମ ଜୋରଦାର ଭାବେ
ଚାଲିଛି ବୋଲି ଦିଲ୍ଲୀକୁ ବାର୍ତ୍ତା ଦେଇ ଅସନ୍ତୁଷ୍ଟଙ୍କ ନିରଞ୍ଜନ ହଟଅ ଅଭିଯାନକୁ ଭଣ୍ଡୁର କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ
ା ତେଣୁ ଏହାକୁ କେତେ ଦିନ ଜାରି ରହିବ ତାହା କହିହେବ ନାହିଁ । ଅନ୍ୟ ପକ୍ଷରେ ବିଜେଡି-ବିଜେପି ସହିତ ତାଳ ଦେଇ
କଂଗ୍ରେସ ସଭ୍ୟ ସଂଗ୍ରହ କରିପାରୁନଥିବା ଏବଂ ନିଜର କୌଣସି ଶାଖାର ମୁଖିଆ ନିଯୁକ୍ତି କରୁନଥିବାବେଳେ ସରକାରଙ୍କୁ
ସମାଲୋଚନା କରୁଥିବା କଂଗ୍ରେସ ନେତାଙ୍କ ପଦବୀ ଉପରେ ବିଜେଡି ପ୍ରଶ୍ନବାଚୀ ଲଗାଉଛି । ଏଭଳି ସ୍ଥିତିରେ ତୁରନ୍ତ ବିଭିନ୍ନ
ଶାଖାର ପୁର୍ନଗଠନ ପାଇଁ ଦଳର ଗୋଟିଏ ଗୋଷ୍ଠି ମତ ଦେଉଥିବାବେଳେ ଅସନ୍ତୁଷ୍ଟଙ୍କୁ ମୁକାବିଲା ଲାଗି ନିରଞ୍ଜନ କେତେଦିନ ଏକ୍‍ଲା ଚଲୋ ନୀତି ଆପଣେଉଛନ୍ତି ତାହା ଉପରେ ଏବେ ଅନେକଙ୍କ ନଜର