Odia News Portal

ବ୍ରହ୍ମାକୁମାରୀ ପଟିଆ ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ
ବିଦ୍ୟାଳୟ ପଟିଆ ସେବା କେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ସହ ନବ ଯୁଗ ପରିବର୍ତକ ଶିଳ୍ପୀକା ପୂଜ୍ୟ ପିତାଶ୍ରୀ ବ୍ରହ୍ମା ବାବାଙ୍କର ୧୪୩ତମ ଜନ୍ମ ଦିବସ (ସାକାର ବାବା ଅବତରଣ ଦିବସ) ପଟିଆ ସେବା କେନ୍ଦ୍ର ପରିସରରେ ପାଳନ କରାଯାଇଅଛି ।
ଏହି ଅବସରରେ ‘ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ’ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଟ୍ରାଫିକ୍ ଏ.ସି.ପି ସ୍ୱସ୍ତିକ ପଣ୍ଡା ସମ୍ମାନୀତ ଅତିଥି ପଲ୍ୟୁସନ୍ ବୋର୍ଡର ଇଂ. ରବିନାରାୟଣ ପୃଷ୍ଟି, ପଟିଆ ସେବାକେନ୍ଦ୍ରର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଗୋଲାପ ଭଉଣୀ, ବିନ୍ଦୁ ଭଉଣୀ, ସସ୍ମିତା ଭଉଣୀଙ୍କ ଦ୍ୱାରା ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା ।

ବ୍ରହ୍ମାକୁମାରୀଜ୍ ପଟିଆ ସେବା କେନ୍ଦ୍ରର ଭାଉଭଉଣୀଙ୍କ ହାତରେ ସଡକ ସୁରକ୍ଷା ଜୀବନ ରକ୍ଷାର ବ୍ୟାନର୍, ଗାଡି ଚଳାଇବା ସମୟରେ ହେଲମେଂଟ ପିନ୍ଧିବା, ସିଟ୍ ବେଲଟ୍ ପିନ୍ଧିବା, ମୋବାଇଲ ଫୋନ ବ୍ୟବହାର ନକରିବା ଓ ଟ୍ରାଫିକ୍ ନିୟମ ମାନିବା ଆଦି ପ୍ଳାଏ କାର୍ଡ, ପାମ୍ପ ପ୍ଳେଟ୍ ଦ୍ୱାରା ପଟିଆ ଛକରେ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା । ପଟିଆ ସେବାକେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବରେ ସମ୍ମାନୀତ ଅତିଥି ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢ଼ାଲି ଭାଇ, ବିଜେଡି
କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ସମାଜସେବୀ ମିହିର କୁମାର ରାଉତ, ଓପିଟିସିଏଲ ମ୍ୟାନେଜର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପ୍ରଧାନ ଓ ମଧୁବନ ଆଇ.ଟି ୱିଙ୍ଗ୍ର ସଦସ୍ୟ ବ୍ରହ୍ମାକୁମାର ହିମାଂଶୁ ଭାଇ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଦୁର୍ଗେଶ୍ ଭଉଣୀ, ବ୍ରହ୍ମାକୁମାରୀ ମିନି ଭଉଣୀ, ବ୍ରହ୍ମାକୁମାରୀ ପ୍ରଭା ଭଉଣୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ମନୋରଂଜନ ଭାଇ
ପରିଚାଳନା କରିଥିଲେ ।