ପୁରୀ : ମାହାପ୍ରୁଭୁଙ୍କ ଜଗନ୍ନଥଙ୍କ ଆଜି ପବିତ୍ର ଧନୁସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବମହାପ୍ରଭୁଙ୍କ ପହିଲି ଭୋଗ ନୀତି ରବିବାରସୂର୍ଯ୍ୟପରାଗ ଥିବାରୁ ଦିନ ସଅଳ ନୀତି ସମ୍ପର୍ଣହୋଇଥିଲା । ଏହି ପହିଲି ଭୋଗ ନୀତି ମକରସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତିଚାଲିବ। ମହାପ୍ରଭୁଙ୍କ ପହଲି ଭୋଗ ନୀତି ଧନୁସଂକ୍ରାନ୍ତି ଅର୍ଥାତ୍ ଡିସମ୍ବେର ୧୬ ତାରିଖଠାରୁ ଆରମ୍ଭହୋଇ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହରାତ୍ର ୩ଟାରେ ଦ୍ୱାରଫିଟା, ୩ଟା ୩୦ରେ ଭିତରଶୋଧ,୩ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ।ସକାଳ ୬ଟା ୨୦ରୁ ୬ଟା ୫୦ ମଧ୍ୟରେ ପହିଲି ଭୋଗନୀତି ବଢିବ।
ସକାଳ ୬ଟା ୩୦ରୁ ୯ଟା ସକାଳଧୂପ(କେବଳ କୋଠଭୋଗ), ୮ଟା ୪୫ରୁ ୧୦ଟା ୩୦ଭୋଗମଣ୍ଡପ, ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ମଧ୍ୟାହ୍ନ ଧୂପ(କେବଳ କୋଠଭୋଗ), ୧୨ଟା ୧୫ରୁଅପରାହ୍ନ ୨ଟା ଦ୍ୱିତୀୟ ଭୋଗ ମଣ୍ଡପ ହୋଇଅନ୍ୟାନ୍ୟ ନୀତି ଚାଲିବ। ଅପରାହ୍ନ ୫ଟାରେ ସାଆଳତି, ସାଢେ ୬ଟାରୁ ରାତି ୮ଟା ସା ଧୂପ, ୯ଟାରେଚନ୍ଦନ ଲାଗି, ୧୦ଟାରେ ବଡସିଂହାର ବେଶ, ୧୦ଟା୩୦ ବଡସିଂହାର ଭୋଗ ଏବଂ ୧୧ଟାରେ ରାତ୍ର ପହୁଡନୀତି ସମ୍ପନ୍ନ ଲାଗି ନୀତି ଚୂଡ଼ାନ୍ତ ହୋଇଛି।
ଏହି ସମୟ ନିଷ୍ପତି ବୈଠକରେ ସ୍ଥିର ହୋଇଥିଲା।ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ବାର ଫିଟାନୀତି ଅନୁଷ୍ଠିତ ହେବ। ସେହି ଭଳି ରାତି ୧୧ଟାରେପ୍ରତ୍ୟହ ପହୁଡ଼ ହେବ।
