Odia News Portal

କ୍ଷୀର ଅପେକ୍ଷା ବିଅର ଶରୀର ପାଇଁ ଲାଭଦାୟକ

ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଆମେ ପ୍ରଥମରୁ ଶୁଣି ଆସୁଛୁ। ହେଲେ ପେଟା ବା ‘ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍’ ଏକ ଆଶ୍ଚର୍ୟ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି।

ତଥ୍ୟଅନୁସାରେ, ‘କ୍ଷୀର ଅପେକ୍ଷା ବିଅର୍ ଶରୀର ପାଇଁ ଭଲ। ଗବେଷଣା ଅନୁସାରେ ବିଅର୍ ଆପଣଙ୍କ ହାଡ଼କୁ ମଜବୁତ୍ କରିଥାଏ ଏବଂ ଆୟୁଷ ବୃଦ୍ଧି କରିଥାଏ। କିନ୍ତୁ କ୍ଷୀର ଶରୀରରେ ମେଦବହୁଳତା, ଡାଇବେଟିସ୍, କ୍ୟାନସର୍ ପରି ରୋଗକୁ ଜନ୍ମ ଦେଇଥାଏ। ତେଣୁ କ୍ଷୀର ପିଅନ୍ତୁ ନାହିଁ ବୋଲି ପେଟା ଏହି ରିପୋର୍ଟରେ ପ୍ରକାଶ କରିଛି।

ବିଅର୍ ଓ କ୍ଷୀରକୁ ନେଇ ଥିବା ଯୁକ୍ତିରେ ଦେଖାଯାଇଛି ଯେ ବିଅର୍କୁ ଏକ ମାଦକଦ୍ରବ୍ୟ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିରେ ଶରୀର ପାଇଁ ଆବଶ୍ୟକ ଯଅ, ବାଜରା, ଗହମ, ଚାଉଳ ଆଦିରୁ ମିଳୁଥିବା ପୋଷକତତ୍ତ୍ୱ ରହିଛି। ଏହା ସହିତ ଏଥିରେ ୯୦ ପ୍ରତିଶତ ପାଣି, ଫାଇବର୍, କ୍ୟାଲସିୟମ୍, ଆଇରନ୍ ଓ ଅନ୍ୟାନ୍ୟ ପୋଷକତ୍ତ୍ୱ ରହିଛି। ବିଅର୍କୁ ଏକ ଆଣ୍ଟି-ଅକ୍ସିଡାଣ୍ଟ ବୋଲି ମଧ୍ୟ କୁହାଯାଇଥାଏ।

ଶେଷରେ ପେଟାର ତଥ୍ୟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ଶରୀରକୁ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଯୋଗାଉଥିଲେ ମଧ୍ୟ ବିଅର୍ରେ ଆଲକୋହଲ୍ର ପରିମାଣ ରହୁଛି।ପେଟାର ଏହି ଗବେଷଣା ଯୋଗୁ ଲୋକମାନେ ଅଧିକ ବିଅର୍ ପିଇବା ପାଇଁ ଉତ୍ସାହିତ ହୋଇପାରନ୍ତି। ସେଥିପାଇଁ ଆବଶ୍ୟକୀୟ ପରିମାଣର ବିଅର୍ ପିଇବା ପାଇଁ ପେଟା ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।