Odia News Portal

ବାତିଲ ହେଲା ୧୯ ବିମାନ

ନୂଆଦିଲ୍ଲୀ() ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଆଜି ପୁଣି ଦିଲ୍ଲୀରେ ଉତେଜନା ସୃଷ୍ଟି ହୋଇଛି । ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତାରେ ଚଳାଚଳ କରୁଥିବା ଯାନବାହନରେ ନିଆଁ ଲଗାଇଥିବାର ଅଭିଯୋଗ ମିଳିଛି। ରାଜୀବ ଚୌକ ସମେତ ୨୦ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ଫଳରେ ମେଟ୍ରୋଟ୍ରେନରେ ଯାତାୟତ କରୁଥିବା ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ତେବେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ପୋଲିସର ଯାଞ୍ଚ ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିବା ଜଣାପଡିଛି। ଏଣୁ ବିମାନ କର୍ମଚାରୀମାନେ ନିୟମିତ ସମୟରେ ବିମାନ ବନ୍ଦର ନ ପହଞ୍ଚିପାରିବା କାରଣରୁ ଇଣ୍ଡିଗୋ ଏୟାରଲାଇନ୍ସର ୧୬ଟି ଉଡାଣ ବିଳମ୍ବିତ ହୋଇଥିବା ବେଳେ ୧୯ଟି ଉଡାଣ ରଦ୍ଦ ହୋଇଛି।