ମୁମ୍ବାଇ : ଆସନ୍ତା ୨୭ତାରିଖରେ ବଲିଉଡ୍ ଭାଇଜାନ ସଲମାନ ଖାନଙ୍କର ଜନ୍ମଦିନ। ଏଥର ଦବଙ୍ଗ ଷ୍ଟାର ସଲମାନ ନିଜର ୫୪ ତମ ଜନ୍ମଦିନ ପାଳନ କରି ଥାନ୍ତେ। ପ୍ରତିବର୍ଷ ସଲମାନ ତାଙ୍କ ଫାର୍ମ ହାଉସରେ ଖୁବ୍ ଧୁମ୍ଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ସଲମାନଙ୍କ ବର୍ଥଡେ ସେଲିବ୍ରେଶନର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ।
ସୋସିଆଲ ମିଡିଆ ମାଧ୍ୟମରେ ହିଁ ଦର୍ଶକ ତାଙ୍କ ସେଲିବ୍ରେଶନ ବିଷୟରେ ଜାଣିପାରନ୍ତି। ଦବଙ୍ଗ ସଲମାନ ଖାନ ଉଭୟ ବଡ ପରଦା ଓ ଛୋଟ ପରଦାରେ ରାଜ କରନ୍ତି। ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍ଷ୍ଟାଗ୍ରାମ ହେଉ ବା ଫେସବୁକ୍, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।
ସୂଚନାଯୋଗ୍ୟ ଯେ, ଏଥର ସଲମାନ ତାଙ୍କ ଜନ୍ମଦିନ ନିଜ ଫାର୍ମ ହାଉସରେ ପାଳନ କରିବେ ନାହିଁ। ଏହାର କାରଣ ହେଉଛି ତାଙ୍କ ଭଉଣୀ ଅର୍ପିତା । ଅର୍ପିତା ଗର୍ଭବତୀ ଥିବାରୁ ଭାଇଜାନ୍ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ପ୍ରକୃତରେ ସଲମାନ କିଛି ସମୟ ତାଙ୍କ ଭଉଣୀଙ୍କ ସହ ବିତାଇବାକୁ ଚାହାନ୍ତି।
ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ୨୭ ତାରିଖରେ ଅର୍ପିତା ସିଜରିଆନ୍ ସେକ୍ସନ କରି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ। ଏହା ପରେ ମାମୁ ଭଣଜା ଗୋଟିଏ ଦିନରେ ମିଶି ଜନ୍ମଦିନ ପାଳନ କରିବେ ବୋଲି ଅର୍ପିତା କହିଛନ୍ତି।
