Odia News Portal

ଏହି ତାରିଖରେ ୟିପିଏସସି ୨୦୨୦ର ପରୀକ୍ଷା

 ସିଭିଲ୍ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୟିପିଏସସି ୨୦୨୦ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ ସୂଚନା ଦେଇଛି । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଶୁକ୍ରବାର ଦିନ ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ଏବଂ ଇଣ୍ଟରଭ୍ୟୁର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି। ସଂଶୋଧିତ କ୍ୟାଲେଣ୍ଡର ଅନୁଯାୟୀ, UPSC ସିଭିଲ ସର୍ଭିସେସ୍ ଏବଂ ଆଇଏଫଏସ୍ ପ୍ରାଥମିକ ପରୀକ୍ଷା ବର୍ତ୍ତମାନ ଅକ୍ଟୋବର ୪, ୨୦୨୦ ରେ ଅନୁଷ୍ଠିତ ହେବ। ସିଭିଲ ସର୍ଭିସେସ୍ (ମେନ୍ସ) ପରୀକ୍ଷା ଜାନୁୟାରୀ ୮, ୨୦୨୧ ରେ ଅନୁଷ୍ଠିତ ହେବ ଏବଂ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା ୨୦୨୦  ଫେବୃଆରୀ ୨୮,୨୦୨୧ ରେ ଅନୁଷ୍ଠିତ ହେବ।

ସିଭିଲ ସର୍ଭିସ ପରୀକ୍ଷା ୨୦୧୯ର ଅବଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ୨୦ ଜୁଲାଇ ୨୦୨୦ ରୁ ବ୍ୟକ୍ତିତ୍ୱ ପରୀକ୍ଷା  ପୁନଃ ଆରମ୍ଭ  କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି। ପ୍ରାର୍ଥୀଙ୍କୁ ପୃଥକ ଭାବରେ ସୂଚନା ଦିଆଯିବ। ପ୍ରତିବର୍ଷ ୟୁପିଏସି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ସମେତ ବିଭିନ୍ନ ସିଭିଲ ସର୍ଭିସରେ ନିଯୁକ୍ତି ପାଇଁ ସିଭିଲ ସର୍ଭିସ ପରୀକ୍ଷା କରିଥାଏ।