ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୪ ମହଲା ଉପରୁ ପଡ଼ିଯାଇ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ମୃତ୍ୟୂ ଘଟିଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏବେ ସମସ୍ତଙ୍କ ମନରେ ଗୋଟିଏ ୪ ମହଲା ଉପରୁ କିପରି ପଡ଼ିଲେ ପ୍ରମାନନ୍ଦ ମହାରାଜ ଙ୍କ ଶିଷ୍ୟ ? ନିଜେ ଆତ୍ମହତ୍ୟା କଲେ ନା କେହି ତାଙ୍କୁ ୪ମହଲା ଉପରୁ ଠେଲିଦେଇଥିଲେ? ତାହା ଏବେ ସନ୍ଦେହ ଘେରରେ ! ଶିଷ୍ୟଙ୍କର ମୃତ୍ୟ ପରେ କାହିଁକି ଚୁପ୍ ପ୍ରେମାନନ୍ଦ ମହାରାଜ ? ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟର ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ମଧ୍ୟପ୍ରଦେଶ ଜବଲପୁର ୨୫ ବର୍ଷୀୟ ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧୀ ନାମକ ଏହି ଶିଷ୍ୟ ଜଣକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡ଼ି ପ୍ରାଣ ହରାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧୀ ଆଶ୍ରମ ରେ ୨ ବର୍ଷ ହେଲା ରହିଆସୁଥିଲେ ।୨୫ ସେପ୍ଟମ୍ବର ସକାଳ ସମୟରେ ହଠାତ୍ ସେ ଏକ ଆପାର୍ଣ୍ଟମେଣ୍ଟର ୪ର୍ଥ ମହଲାରୁ ଡ଼େଇଁ ବା ପରେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ଶରୀରରେ ବହୁ କ୍ଷତ ବିକ୍ଷତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ହେମୋରେଜିକ ସକ୍ ବା ଅତ୍ୟଧିକ ରକ୍ତସ୍ରାବ ବୋଲି ଦର୍ଶାଯାଇଛି । ଘଟଣାସ୍ଥଳରୁ ପୋଲିସ ଏକ ଗ୍ରାଇଣ୍ଡର ମଧ୍ୟ ଜବତ କରିଛି । ତେବେ ପ୍ରାଥମିକ ଦୃଷ୍ଟି କୋଣରୁ ଏହାକୁ ଏକ ଆତ୍ମହତ୍ୟା ବୋଲି ବିବେଚନା କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି । ତେବେ ଆଉ ଏକ ଅଭିଯୋଗ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ତାହା ହେଉଛି ମୃତ ଶିଷ୍ୟଙ୍କର ଗୁପ୍ତାଙ୍ଗ କଟାଯାଇଥିବାକୁ ନେଇ । ଗୁପ୍ତାଙ୍ଗ କାଟି ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଅଧିକ ତଦନ୍ତ ପରେ ହିଁ ଏହି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।
