Odia News Portal

ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର । ଭୁବନେଶ୍ୱରରେ ଥିବା ସରକାରୀ ହେଉ କି ବେସରକାରୀ ଏବଂ ଦୋକାନ ବା ପ୍ରତିଷ୍ଠାନ ସବୁ କୋଠରୀ ପ୍ରବେଶ କବାଟରେ ସ୍ବତନ୍ତ୍ର ଡିଜିଟାଲ ଡୋର ନମ୍ୱରିଂ ରହିବ । ଏନେଇ ବିଏମସି ପକ୍ଷରୁ ଗତକାଲି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ତେବେ ସବୁ ଘର ପାଇଁ ଭିନ୍ନ ଭିନ୍ନ ନମ୍ବର ଓ କ୍ୟୁଆର କୋଡ଼ ରହିବ । ପରେ ଏସବୁ ଘରକୁ ଜିଓ ଟ୍ୟାଂଗି କରାଯିବ ।

ମୋଟ ୫ ମାସ ଭିତରେ ସବୁ ଘରେ ଡିଜିଟାଲ ନମ୍ବର ଲାଗିଯିବ ବୋଲି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି । ଏହାଦ୍ୱାରା କୌଣସି ଘର ବା ଠିକଣାକୁ ଯିବାକୁ ହେଲେ ଏହି ନମ୍ବର ଦ୍ଵାରା ସହଜରେ ଖୋଜି ହେବ । ସେହିପରି ସମସ୍ତ ନମ୍ବରକୁ ଡାଟା ବେସରେ ରଖି ହୋଲ୍ଡିଂ ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କୁ ଧରିବାରେ ସ‌ହାୟକ ହେବ ବୋଲି କମିଶନର କହିଛନ୍ତି । ତେବେ ସହରର ବସ୍ତି ଓ ବିବାଦୀୟ ଜମି ବା ଘର ପାଇଁ ଏସବୁ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି ।