Odia News Portal

ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍

ଭଦ୍ରକ : ଚତୁର୍ଥୀ ଭୋଜିରେ ସମ୍ପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରିବାରୁ ଆକ୍ରମଣ ଅଭିଯୋଗ । ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଭାଗବାନପୁର ସେଠୀ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକ୍ତ ଗ୍ରାମର ଜଳନ୍ଧର ସେଠୀଙ୍କ ପୁଅ ବାହାଘର ପରେ ଚତୁର୍ଥୀ ଭୋଜି ଆଜି(ଶୁକ୍ରବାର) ଆୟୋଜିତ ହେଉଥିଲା ।  ଭୋଜିରେ ଯୋଗଦେବାପାଇଁ ଗ୍ରାମର ସମ୍ପର୍କୀୟ ଭାଇ ମାନଙ୍କୁ ନିମନ୍ତ୍ରଣ କରିଥିଲେ ଜଳନ୍ଧର । କିନ୍ତୁ ଏହି ନିମନ୍ତ୍ରଣ କରିବା ଯୋଗୁଁ ସମ୍ପର୍କୀୟ ଭାଇ ମାନେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏମିତିକି ଘର ନିକଟ ବିଲରେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା ।

ଉଭୟ ଗୋଷ୍ଠୀ ମଧ୍ୟରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ହୋଇଛି । ଏହି ସାମାନ୍ୟ ଘଟଣା ପାଇଁ ଉଭୟ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ହୋଇଛି କି ଏହା ପଛରେ ଆଉ କିଛି କାରଣ ଅଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।