ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର ଛକରେ କଳା ପଲସରରେ ଦୁଇ ଜଣ ଦୁବୃର୍ତ୍ତ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର ଛକରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଅମ୍ଳାନ ମହାପାତ୍ରଙ୍କ ସ୍ତ୍ରୀ ଜ୍ଞାନପ୍ରଭା ମହାପାତ୍ର ନିଜ ବାସଭବନ କେନ୍ଦୁଖୁଣ୍ଟାରୁ ସ୍କୁଟିରେ ମିତ୍ରପୁର ଆଡକୁ ଯାଉଥିବା ବେଳେ ଅଘଟଣ ଘଟିଛି। ଖବର ପାଇ ନୀଳଗିରିର ଆଇଆଇସି ମିନତୀ ବିଶ୍ୱାଳ ଏସଆଇ ସସ୍ମିତା ମଲ୍ଲିକଙ୍କୁ ଘଟଣା ସ୍ଥଳକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଚାରିପଟେ ରାସ୍ତାରେ ପୋଲିସ ଛାନଭିନ ଆରମ୍ଭ କରିଛି ପୋଲିସ।