ଭୁବନେଶ୍ବର : ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ମାଲକାନଗିରି ଜିଲ୍ଲା ସ୍ୱାଭିମାନଅଞ୍ଚଳର ଜୋଡାମ୍ବୋ ଓ ହଣ୍ଟାଲଗୁଡା ଗସ୍ତ କରିଛନ୍ତି । ମହାନିର୍ଦ୍ଦେକ ଜୁଡାମ୍ବୋ ପଞ୍ଚାୟତରେ ଜୁଡାମ୍ବୋ ଥାନାର ଶୁଭାରମ୍ଭ କରିବା ସହିତ ଥାନାର ନୂଆ କୋଠାପାଇଁ ଭିତ୍ତିପ୍ରସ୍ତର
ସ୍ଥାପନ କରିଛନ୍ତି । ଡିଜିପିଙ୍କ ସହିତ ଆଇଜିପି ଅମିତାଭ ଠାକୁର, ଡିଆଇଜି ସଫିନ ଅହ୧ଦ ଓ ଏସ୍ପି ଋଷିକେଶ ଖିଲାର ଗସ୍ତ କରିଥିଲେ । ଗସ୍ତ ସମୟରେ ଶ୍ରୀ ଅଭୟ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ହଣ୍ଟାଲଗୁଡା ଓ ଦର୍ଲାବେଡା ଠାରେ ଥିବା ବିଏସ୍ଏଫ୍, ଆଇଆର ବାଟାଲିୟନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ସ୍ୱାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଖୋଲିବାପରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ଡିଜିପି ପରାମର୍ଶ ଦେଇଛନ୍ତି ।


