Odia News Portal

କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଗାଁ ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବିକ, ଆଜି ସକାଳେ ବୁଦ୍ଧିଆ ପାଟଣାର ଗାଁ ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ପଡିଥିବା ଦେଖିବାକୁ ମିଳିଥିଲା। ତେବେ ନିକଟସ୍ଥ ଜମଧର ପାହାଡରୁ ଖାଦ୍ୟ ଅନ୍ବେଷଣରେ ଆସି ବଜ୍ରକାପ୍ତାଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି ।

ବନବିଭାଗ କର୍ମଚାର କୂଅରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି। ବଜ୍ରକାପ୍ତାକୁ ଉଦ୍ଧାର କରି ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ।