ଫୁଲବାଣୀ : ଖାକି ବାବୁଙ୍କର ଗଞ୍ଜେଇ ବେପାର । ଗଞ୍ଜେଇ ଚାଲାଣ ସହ ଚୋରା ନୋଟ କାରବାର କରୁଥିବା ଜଣେ କନେଷ୍ଟବଳଙ୍କୁ ଫିରିଙ୍ଗିଆ ଥାନା ପୁଲିସ ଗିରଫ କରିଛି । ଏହା ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରେ ୧ଲକ୍ଷ ୧୩ ହଜାର ଟଙ୍କାର ଜାଲ୍ ନୋଟ୍ ସହ ୩୦ କେଜି ଗଞ୍ଜେଇ ଜବତ କରିଛି ।
ରବିବାର ରାତିରେ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ କରାଯାଇଛି । ସମିଲି ସାହି- ଡିମିରି ଗୁଡା ରାସ୍ତାରେ ପୁଲିସ ଏକ ଟାଟା ସୁମକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡିଥିଲା । ସେଠାରେ ଥିବା ଲୋକଙ୍କୁ ପୁଲିସ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ବସନ୍ତ ନାହାକ ନାମକ କନେଷ୍ଟବଳ ଥିଲା । ଏଥିପାଇଁ ବ୍ରାହ୍ମଣୀ ଗାଁ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ହୋଇଥିବା ଅନ୍ୟମାନେ ହେଲେ ଫୁଲବାଣୀର ମଧୁସୂଧନ ଦିଗାଲ ଓ ବଳଭଦ୍ର ମାଝି । ଏମାନଙ୍କ ନାମରେ ଗଞ୍ଜେଇ ଚୋରା ଚାଲାଣ ଓ ନକଲି ନୋଟ କାରବାର କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।