ପୁରୀ : କୋଭିଡ୍ ଟେଷ୍ଟ ହୋଇଥିବା ଅଫିସର, ସେବାୟତ ରଥ ଟାଣିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଆସିଥିବା ପୁଲିସ ବାହିନୀର କୋଭିଡ୍ ଟେଷ୍ଟ ହୋଇନି । ହାତଗଣତି ପୁଲିସଙ୍କ କୋଭିଡ୍ ଟେଷ୍ଟ ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କୋଭିଡ୍ ଟେଷ୍ଟ ହୋଇ ନଥିବା ପୁଲିସ ବାହିନୀ, ଅଫିସରମାନେ ରଥ ଟାଣିବେ ନାହିଁ ।
ସେହିଭଳି ଚଳିତ ବର୍ଷ ରଥଯାତ୍ରାକୁ ଭକ୍ତଙ୍କୁ ମନା କରାଯାଇଛି । ପ୍ରତିବର୍ଷ ରଥଯାତ୍ରାରେ ଗହଳି ନିୟନ୍ତ୍ରଣ ପାଇଁ ୪୦ ପ୍ଳାଟୁନ୍ ଏବଂ ଟ୍ରାଫିକ୍ କଣ୍ଟ୍ରୋଲରେ ଆଉ ୪୦ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେଉଥିଲେ । ଚଳିତ ବର୍ଷ ଏହି ୮୦ ପ୍ଳାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯିବନି ବୋଲି ଜଣେ ପଦସ୍ଥ ଅଫିସର ସୂଚନା ଦେଇଛନ୍ତି । ଏହି ସୂଚନାରୁ ଆଭାସ ମିଳୁଛି ସୁପ୍ରିମକୋର୍ଟ କଟକଣା ଯୋଗୁ ପୁଲିସ ବାହିନୀ ରଥଟଣାରେ ନିୟୋଜିତ ହେବାର ଆଶା କମ୍ ରହିଛି । କୋଭିଡ୍ ଟେଷ୍ଟ ହୋଇଥିବା ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀମାନେ କେବଳ ରଥ ଟାଣିବେ ।