ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ତେବେ ଏ ମହାମାରୀ ସମୟ ଭିତରେ ବିଶ୍ୱରେ ବଡବଡ ଧାର୍ମିକ କାର୍ଯ୍ୟକ୍ରମ ବାତିଲ ହୋଇଥିବା ବେଳେ ରଥଯାତ୍ରାକୁ ରୋକି ପାରନି କରୋନା ।