ଗଞ୍ଜାମ : ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି।
ଯାହାର କାରଣ ହେଉଛି କି, ସରକାରୀ ଅଫିସ୍ର ବରିଷ୍ଠ ଅଧିକାରୀମାନେ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଭଳି ନିଷ୍ପତ୍ତି ଗ୍ରହଣ ଯାଇଛି। ଏହାସହିତ ସେମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଜିଲ୍ଲାପାଳ ।