Odia News Portal

ସିଲ ହେଲା ଭୁବନେଶ୍ୱରର କାଞ୍ଚନ ହୋଟେଲ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲଂଘନ କରିବା । ସିଲ୍ ହେଲା କାଞ୍ଚନ ହୋଟେଲ । ଭୁବନେଶ୍ୱର ଏୟାରପୋର୍ଟ ଛକରେ ଥିବା ଏହି ହୋଟେଲକୁ ଆଜି ସିଲ କରାଯାଇଛି । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଏହାକୁ ସିଲ କରିଛନ୍ତି ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କାର୍ଡ ।

କେଉଁ ନିୟମ ଉଲଂଘନ କରିଥିଲା କାଞ୍ଚନ ହୋଟେଲ ?

ବର୍ତ୍ତମାନ କୋରୋନା ଯୋଗୁ ହୋଟେଲରୁ କେବଳ ପାର୍ସଲ ପାଇଁ ଅନୁମତି ମିଳିଛି । ହୋଟେଲ ଭିତରେ ଗ୍ରାହକଙ୍କୁ ଖାଇବା ବ୍ୟବସ୍ଥା କରିବା ମନା । ମାତ୍ର ସମ୍ପୃକ୍ତ ହୋଟେଲ ମାଲିକ ଏହାର ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା । କାଞ୍ଜନ ହୋଟେଲ ଭିତରେ ଗ୍ରାହକଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା । ତେବେ ଏହା ଜାଣିବା ପରେ ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କାର୍ଡ ହୋଟେଲକୁ ସିଲ୍ କରିଦେଇଛନ୍ତି ।