Odia News Portal

ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରୁ ୨୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮ ସୁସ୍ଥ, ବାଲେଶ୍ୱର ୭, ଭଦ୍ରକ ଓ ରାୟଗଡ଼ାରୁ ୫ ଲେଖାଏ ସୁସ୍ଥ ହୋଇଛନ୍ତି ।

ସେପଟେ ମାଲକାନଗିରି, କେନ୍ଦୁଝର,ସୋନପୁରରୁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ ଲେଖାଏ ସୁସ୍ଥ । ସେହିପରି ଅନୁଗୁଳ ୩ ଏବଂ ଢେଙ୍କାନାଳ ରୁ ୨, ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୨୯୧କୁ ବୃଦ୍ଧି ପାଇଛି ।