Odia News Portal

ଲାଞ୍ଚ ମାଗି ଧରାହେଲେ ପୋଲିସ ବାବୁ

ଗଞ୍ଜାମ : ଏକ ମାମଲାର  ସମାଧାନ କରିବା ପାଇଁ ତିନି ହଜାର ଟଙ୍କା ମାଗିଲେ ପୋଲିସ ବାବୁ । କିନ୍ତୁ  ତିନି ହଜାର ଟଙ୍କା ଦେଇ ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାରେ। ଏକ ମାମଲା ର ସମାଧାନ କରିବା ପାଇଁ ପି,ରାଜା ନାମକ ଜଣେ ବ୍ୟକ୍ତିଙ୍କୁ ଥାନା ସବ୍ ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ଗୌଡ ତିନି ହଜାର ଟଙ୍କା ମାଗିଥିଲେ ।

ଏହି ସଂପର୍କ ରେ ରାଜା ବ୍ରହ୍ମପୁର ଭିଜିଲାନ୍ସ  ବିଭାଗ କୁ ଜଣାଇଥିଲେ । ଏହା ପରେ ଭିଜିଲାନ୍ସ ଏ ଏସ୍ ପି ଶାନ୍ତୁନୁ କୁମାର ପାଢୀ ଓ ଟିମ୍ ଛପି ରହିଥିଲେ । ଆଜି ରାଜା ତିନି ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରି ନେଇ ଥିଲେ । ସିଦ୍ଧାର୍ଥ ଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ଅଧିକ ଜେରା କରାଯାଇଛି ।