Odia News Portal

ସରପଞ୍ଚ ପୋଖରୀ ଖୋଳା ପାଇଁ ନେଉଥିଲେ ଲାଞ୍ଚ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାସମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ। ମନରେଗା  ଯୋଜନା ମାଧ୍ୟମରେ ପୋଖରୀ ଖୋଳିବାର ୱାର୍କ ଅର୍ଡର ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।  ସେହି ସମୟରେ କୋରାପୁଟ ଡିଭିଜନର ଭିଜିଲାନ୍ସ ଟିମ୍  ଘଟଣା ସ୍ଥଳରୁ ଧରିଥିଲେ। ତଙ୍କ ନାମ  ରଇଲା ମାଝୀ ବୋଲି  ଜଣାପଡିଛି।

ଖବର ଅନୁଯାୟୀ, କୋରାପୁଟ ସଦର ଥାନା ଅନ୍ତର୍ଗତ ବକଟାଗୁଡା ଗାଁର   ଗଙ୍ଗାଧର ସାଧୁ ନାମକ ଜଣେ  ବ୍ୟକ୍ତି ମନରେଗା ଯୋଜନା ମଧ୍ୟମରେ  ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ  ପୋଖରୀ  ଖନନର କାର୍ଯ୍ୟାଦେଶ ପାଇଁ ଆବେଦନ କରିଥିଲେ। ଏହି କାର୍ଯ୍ୟାଦେଶ ପାଇଁ ଗଙ୍ଗାଧରଙ୍କ ଠାରୁ ୨୦ ହଜାର ଟଙ୍କା ମାଗିଥିବା ଅଭିଯୋଗରେ କୋରାପୁଟ ଡିଭିଜନର  ଭିଜିଲାନ୍ସ  ଟିମ୍ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଆଉ  ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଥିଲା। କୋରାପୁଟ ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ଭଜାପୁଟ ଗ୍ରାମରେ ତାଙ୍କ ଭଡା ଘରେ ସେ  ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।