Odia News Portal

ସମୁଦ୍ର ବେଳାଭୂମିରେ ପଡିଛି ୩୫ ଫୁଟର ତିମି

କୋଲକାତା : ପଶ୍ଚିମବଙ୍ଗର ମନ୍ଦାରମଣିରେ ସମୁଦ୍ର କୂଳରେ ଏକ ୩୫ ଫୁଟର ତିମି ମିଳିଛି । ଏହି ସ୍ଥାନ କୋଲକାତାଠାରୁ ୧୫୦ କିଲୋମିଟର ଦୂରରେ ସ୍ଥିତ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହା ଏମିତି କ୍ଷେତ୍ରର ପ୍ରଥମ ମାମଲା । ରକ୍ତରେ ଜୁଡୁବୁଡୁ ତିମିକୁ ଦେଖିବା ପାଇଁ ସମୁଦ୍ର କୂଳରେ ଲୋକଙ୍କ ଭିଡ ଲାଗିଯାଇଥିଲା । କିନ୍ତୁ ଏହା ଜଣା ପଡିନି କି ତିମିର ମୃତ୍ୟୁ କେମିତି ହୋଇଛି । ତେବେ ତା ଲାଞ୍ଜରେ ଆଘାତ ଚିହ୍ନ ରହିଛି ।

ପୂର୍ବ ମିଦନାପୁର ଜିଲ୍ଲାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଯାଇଛନ୍ତି । ଏଥିରେ ବନ ଓ ବନ୍ୟଜୀବ ଓ ମତ୍ସ୍ୟ ବିଭାଗ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ମନ୍ଦାରମଣି ପଶ୍ଚିମବଙ୍ଗ ତଟର ଏକ ପର୍ଯ୍ୟଟନ ସ୍ଥଳୀ । ଏହା ଦୀଘା ନିକଟରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । କରୋନା ଯୋଗୁଁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅଛି ।