ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ ଏସଆଇଟି ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହେବ ପରେ ଫିଟୁଛି ପରି ହତ୍ୟାକାଣ୍ଡର ଗୁମର। ହତ୍ୟାକାଣ୍ଡ ଘଟଣାର ୪ ମାସ ପରେ ଏସ୍ଆଇଟି ହାତରେ ଲାଗିଛି ଠୋସ୍ ସୁରାକ୍। ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏସଆଇଟି ପକ୍ଷରୁ ହାଇକୋର୍ଟକୁ ଅବଗତ କରାଯାଇଥିବା ସୂଚନା ମିଳିଛି।
ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ଜଣାଯାଇଛି । କେବଳ ସେତିକି ନୁହଁ ଦୁଷ୍କର୍ମକାରୀ ମଧ୍ୟ ସେହି ନୟାଗଡ଼ ଯଦୁପୁରର ବୋଲି ସୂଚନା ମିଳିଛି। ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ମିଳିଛି। ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା ଏସଆଇଟି। ତେବେ ଏସଆଇଟିର ଏହି ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚାରିଆଡେ ଚର୍ଚ୍ଚା। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା।ଏହି ଘଟଣାରେ ବିରୋଧ ପ୍ରଦର୍ଶନ ଓ ହତ୍ୟା ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏକ ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲେ । ୯ ଦିନର ତଦନ୍ତ ପରେ ପରୀ ହତ୍ୟାକାରୀକୁ ଧରିବାକୁ ସକ୍ଷମ ହୋଇଛି ଏସଆଇଟି ।
						
			