Odia News Portal

ରାଜ୍ୟକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ କଟକଣା

କଟକ: ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। । କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପରେ ନୂଆସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ ।

ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। । କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଲାଗୁ ନିୟମ ମୁତାବକ ଜୋନ୍ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । କଣ୍ଟାପଡ଼ା ବିଡିଓଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ଦିଆଯାଇଛି । ନୂଆସାହି ଖଣ୍ଡାସାଇଲୋ ଗାଁରୁ ବଡ଼ପାଟସୁନ୍ଦରପୁର ଯାଏଁ ଚଳାଚଳ ବନ୍ଦ ରହିଛି ।