ରାଉରକେଲା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ ।ବାଲୁଘାଟ ନିକଟରେ ମିନିବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ବସ୍ ରେ ଥିବା ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ହେଉଛି ମା’ ତାରିଣୀ ବସ । ବସଟି ଲାଠିକଟାରୁ ରାଉରକେଲା ଆସୁଥିବାବେଲେ ବାଲୁଘାଟ ନିକଟରେ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ,ଆଜି ସୁନ୍ଦରଗଡ ଲାଠିକଟାରୁ ରାଉରକେଲା ଆସୁଥିବା ମା’ ତାରିଣୀ ବସ୍ ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଦୁର୍ଗଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଭାରସାମ୍ୟ ହରାଇବା କାରଣରୁ ରାସ୍ତା କଡରେ ଥିବା ଏକ ଗଛରେ ବସଟି ପିଟି ହୋଇଯାଇଥିଲା ।ତେବେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଗୁରୁତର ହୋଇଛନ୍ତି ।ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୂଚନା ମୁତାବକ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।