Odia News Portal

ମାଛ ମରାକୁ କେନ୍ଦ୍ରକରି ବୋମାମାଡ,୨ ଗୁରୁତର

ପିପିଲି: ମାଛ ମରାକୁ କେନ୍ଦ୍ରକରି ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବୋମାମାଡ ଘଟି ୨ ଗୁରୁତର ଆହତ ହୋଇ ଚିକତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ । ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ ନଈକୂଳପାଟଣା ଗାଁ ଲୋକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପରିସ୍ଥିତି ଏପରି ଉପୁଜିଥିଲା ଯେ ଗଣ୍ଡଗୋଳରୁ ବୋମାମାଡ ଯାଏଁ କଥା ପହଞ୍ଚିଥିଲା। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନରେ ଭର୍ତ୍ତି କରିଛି। ସେପଟେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଗଡିଶାଗଦା ଥାନାଧିକାରୀ ଏବଂ ୨ ସେକ୍ସନ ପୁଲିସ ମୁତୟନ ଅଛନ୍ତି।