Odia News Portal

ଆଳୁର ଉପକାରୀତା

ଓଡିଆ ଘରେ ଆଳୁର ମହତ୍ୱ ଅଧିକ । ଆଳୁ ବିନା କୌଣସି ତରକାରୀ ହେବା କଷ୍ଟକର । ସେଥି ପାଇଁ ଆଳୁ କୁ ପରିବାର ରାଜା ବୋଲି କୁହାଯାଏ ।
କିନ୍ତୁ ଆଜିକାଲି ଲୋକଙ୍କ ଭାବନା ଆଳୁ ଖାଇଲେ ଓଜନ ବଢିଥାଏ ଏବଂ ରୋଗ ମଧ୍ୟ ହୋଇଥାଏ । ହେଲେ ଆମେ ଆପଣଙ୍କୁ କହିରଖୁଛୁ ଏହା ଏକ ଗୁଜବ ଆଳୁ ଖାଇଲେ କ୍ଷତି ହୋଇନଥାଏ । କିନ୍ତି ଆଳୁ ଖାଇବା ଦ୍ୱାରା ନୁହେଁ ଆଳୁ ଖାଇବାର ତରିକା ନିହାତି ଜାଣିବା ଦରକାର ।
ଆଳୁ ଏକ ସ୍ୱାସ୍ଥ୍ୟକାରୀ ପରିବା ଅଟେ । ଏଥିରେ ଭିଟାମିନ ବି,ଭିଟାମିନ ସି, ଆଇରନ , ମାଙ୍ଗାନିଜ, ଫସଫରସ ଆଦି ପୋଷକ ତତ୍ୱ ରହିଥାଏ । ଯାହା ଅନେକ ରୋଗ ଭଲ କରିବା ସହ ଭୋକକୁ ମଧ୍ୟ ଶାନ୍ତ କରିଥାଏ ।
ରକ୍ତଚାପ- ଯେଉଁ ବ୍ୟକ୍ତି ରକ୍ତଚାପ ଜନିତ ରୋଗ ସମସ୍ୟାରେ ଅଛନ୍ତି ସେମାନେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ । ଆଳୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତଚାପ ସ୍ୱାଭାବିକ ରହିଥାଏ ।
ଆଳୁ ଚୋପାରେ ଅନେକ ପ୍ରକାର ଫାଇବର ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହୀତକାରୀ । ସେଥିପାଇଁ ଆଳୁଚୋପା ଛଡେଇବା ଉଚିତ ନୁହେଁ ।
ପାଚନ କ୍ରିୟା ସମସ୍ୟା ଥିଲେ ସିଝା ଆଳୁର ରସ ବ୍ୟବହାର କଲେ ଏହି ସମସ୍ୟା ଦୂର ହୋଇଥାଏ ।
ମୁହଁରେ ଆଳୁର ପ୍ରଲେପ ଦ୍ୱାରା ଉତମ ଚେହେରା ପାଇପାରିବେ । ଆଳୁ ରସରେ ଲେମ୍ବୁରସ ମିଶ୍ରଣ କରି ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ ।
କେଶ ପାଇଁ ହିତ – ଆଳୁ ପାଣିକୁ କେଶରେ ଲଗାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୁର ହୋଇଥାଏ । ଏହା ଦ୍ୱାରା କେଶ ଉପୁଡିବା କମ୍ ହୋଇଥାଏ ।