ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିବ କଳାହାଣ୍ଡିର ବଜାସାଲ ନୃତ୍ୟ। ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲ୍ଲା ବଜାସାଲ ନୃତ୍ୟଦଳ ଜାତୀୟ ପେରେଡ଼ରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପେରେଡ଼ରେ କଳାହାଣ୍ଡିର ବଜାସାଲ ଲୋକନୃତ୍ୟ ପରିବେଷଣ କରିବେ କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା ଅନୁଷ୍ଠାନ’ ।
ଦେଶବାସୀଙ୍କ ସହ ପୂରା ବିଶ୍ୱ ଏହି ନୃତ୍ୟର ମଜା ନେଇପାରିବ। ଏଥିପାଇଁ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ‘ପ୍ରତିଭା’ ଅନୁଷ୍ଠାନର ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୫ ତାରିଖରୁ ସେଠାରେ ସେମାନେ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଅଭ୍ୟାସ ଆରମ୍ଭ କରିବେ। ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ଏହି ନୃତ୍ୟାନୁଷ୍ଠାନ ଭାଗ ନେବାକୁ ସୁଯୋଗ ପାଇଛି। ତେଣୁ ଅନୁଷ୍ଠାନର ସମସ୍ତ କଳାକାର ଖୁସି ଅଛନ୍ତି। ପୂର୍ବରୁ ‘ପ୍ରତିଭା’ ଅନୁଷ୍ଠାନର ନୃତ୍ୟଶିଳ୍ପୀ ଲଣ୍ଡନ ସହିତ ଅନ୍ୟ କିଛି ଦେଶରେ ମଧ୍ୟ ବଜାସାଲ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ତେବେ କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ କୋଲକତାପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବେଷଣ କରିବ ବଜ୍ସାଲ ନୃତ୍ୟ । ପ୍ରତିରକ୍ଷା ମନ୍ତ୍ରାଳୟର ତତ୍ୱାବଧାନରେ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୂଡାନ୍ତ ହୋଇଛି | ଏଥିପାଇଁ ଆସନ୍ତା ୩ ତାରିଖ ଦିନ ୮୦ ଜଣିଆ ନୃତ୍ୟଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ବର୍ତ୍ତମାନ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ଜାରି ରହିଛି କଳାକାରଙ୍କ ଅଭ୍ୟାସ ।