କେତେକ ଲୋକଙ୍କ କାନରେ କେଶ ଉଡଠିଥାଏ। ଯଦି ଆପଣଙ୍କ କାନରେ କେଶ ନ ଥାଏ ଏବଂ ହଠାତ୍ କେଶ ଉଠିବା ଆରମ୍ଭ କରିଥାଏ,ତେବେ ଜାଣନ୍ତୁ ଦେହ ଅସୁସ୍ଥତା ହେବାକୁ ଯାଉଛି। ହଁ ଆପଣ ଅସୁସ୍ଥତା ଆଡ଼କୁ ଗତି କରୁଛନ୍ତି। ଏହା ଏକ ଗବେଷଣାରୁ ଜଣାଯାଇଛି। ଖାଲି ସେତିକି ନୁହେଁ କୌଣସି ମାରାତ୍ମକ ରୋଗର ଶିକାର ବି ହୋଇପାରନ୍ତି। ଏକ ଗବେଷଣାରୁ ଜଣାଯାଇଛି ଯେ,ଯେଉଁ ଲୋକଙ୍କ କାନରେ କେଶ ଥାଏ,ସେମାନେ ହୃଦ୍ରୋଗରେ ପୀଡ଼ିତ ହୋଇଥା’ନ୍ତି। ବିଶେଷ କରି ଏମାନଙ୍କ ଠାରେ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। କାନରେ କେଶ ଉଠିବା ସମସ୍ୟା ସାଧାରଣତଃ ବଂଶଗତ ବୋଲି କୁହାଯାଏ। କିନ୍ତୁ ଆଜିକାର ଆଧୁନିକ ଜୀବନଶୈଳୀ ଯୋଗୁଁ ମଧ୍ୟ ଏଭଳି ଘଟିଥାଏ ବୋଲି ଜଣାଯାଇଛି। କିନ୍ତୁ ଯେଉଁମାନେ ଅଧିକ ଧୂମପାନ କରନ୍ତି,ସେମାନଙ୍କ କାନରେ କେଶ ଦେଖା ଦେଇଥାଏ।
ଗବେଷଣା ଅନୁଯାୟୀ,କାନ ଓ ହୃଦ୍ଘାତ ମଧ୍ୟରେ ଗଭୀର ସଂପର୍କ ରହିଛି। ୧୯୭୩ରେ ଡକ୍ଟର ସାଣ୍ଡର୍ସ ଟି ଫ୍ରାଙ୍କ୍ ଓ ତାଙ୍କର ଗବେଷକ ସାଥୀମାନେ ଗବେଷଣାରୁ ଜାଣିଥିଲେ ଯେ, ଯେଉଁମାନଙ୍କ କାନରେ ଅଧିକ କେଶ ରହିଛି,ସେମାନଙ୍କ ଠାରେ ହୃଦଘାତ ଆଶଙ୍କା ଅଧିକ। ଏଣୁ ଯଦି କାନରେ କେଶ ଅଛି,ତେବେ ଏହାକୁ ସାଧାରଣ କଥା ଭାବି କେବେ ବି ଖାମଖିଆଲି ଭାବେ ନିଅନ୍ତୁ ନାହିଁ।
Sign in
Sign in
Recover your password.
A password will be e-mailed to you.
