Odia News Portal

ନାଲକୋରେ ୩୦ ହଜାର କୋଟିର ନିବେଶ

ଭୁବନେଶ୍ୱର: ଓଡିଶାରେ ନିବେଶ କରିବ ନାଲକୋ । ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ନାଲକୋ । ନାଲକୋର ସମ୍ପ୍ରସାରଣରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ୨୦୨୭/୨୮ ଆର୍ଥିକ ବର୍ଷ ସୁଦ୍ଧା ହେବ ସମ୍ପ୍ରସାରଣ । ନାଲକୋର ୪୧ ତମ ପ୍ରତିଷ୍ଠା ଦିବସରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଳାଦ ଯୋଶୀ ।ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

୫ମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ଖଣିର ବିକାଶ ହେବ । ସାଉଥ୍ ବ୍ଲକ, ଉକ୍ରଳ ଡି ଓ ଇ ଖଣିରୁ ଉତ୍ତୋଳନରେ ଖର୍ଚ୍ଚ ହେବ ଟଙ୍କା । ଏଥିପାଇଁ ପ୍ରାୟ ୭ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ ହେବ । ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ସମ୍ପ୍ରସାରଣରେ ଖର୍ଚ୍ଚ ହେବ । ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ଭିନ୍ନ କାର୍ଯ୍ୟରେ ଲାଗିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।