ଆଠଗଡ଼: ପୋଲିସ ଉପରକୁ ବୋମାମାଡ଼। ଜଣେ କନଷ୍ଟେବଲ ଆହତ। ଘଟଣାଟି ଘଟିଛି ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ । ଏହି ଗାଁରେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ନେଇ ଉତ୍ତେଜନା ଦେଖା ଦେଇଛି । ଟାୱାର ଲାଇନ୍ ଟଣା ହେଉଥିବା ବେଳେ ଯେଉଁମାନଙ୍କ ଚାଷ ଜମି ଉପର ଦେଇ ଲାଇନ୍ ତା’ର ଯାଉଥିଲା, ସେହି ଚାଷୀ ମାନେ କ୍ଷତିପୂରଣ ମାଗିଥିଲେ । ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବା କାରଣରୁ ଉତ୍ତେଜନା ଦେଖା ଦେଇଥିଲା। ଆଉ ଆଜି ପୋଲିସ ଉପସ୍ଥିତିରେ ତାର ଟଣା ଯାଉଥିବା ବେଳେ ହୋଇଥିଲା ବୋମାମାଡ଼। ବୋମାମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ୨ ପ୍ଲାଟୁନ୍ ପୋଲିସଙ୍କ ସହ ଚୌଦ୍ୱାର ଏସ୍ଡିପିଓ, ୨ ଜଣ ଆଇଆଇସି ଉପସ୍ଥିତ ଅଛନ୍ତି।