Odia News Portal

ଆରେଂଜ ମ୍ୟାରେଜ କରୁଛନ୍ତି କି ? କରନ୍ତୁନି ଭୁଲ…

ଭାରତ ହେଉଛି ସଂସ୍କାର ଏବଂ ସଭ୍ୟତାପୂର୍ଣ୍ଣ ଦେଶ । ଏଠାରେ ପରମ୍ପରା ଆଉ ରୀତିନୀତିର ନିଜର ଏକ ଅଲଗା ପରିଚୟ ରହିଛି । ବିବାହ ମଧ୍ୟ ଏଠାରେ ବିଭିନ୍ନ ପ୍ରକାରର ଅନୁଷ୍ଠିତ ହୋଇଥାଏ, ତାହା ଲବ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ ମ୍ୟାରେଜ । ଯଦି ଆପଣ ଆପଣଙ୍କର ଜୀବନସାଥୀ ବାଛି ସାରିଲେଣି ତେବେ ଠିକ୍ ଅଛି, ନହେଲେ ଘରର ମୁରବିମାନେ ଆପଣଙ୍କ ପାଇଁ ଜୀବନସାଥୀ ବାଛିବା ପାଇଁ ଠିକ୍ କରିବେ ।
କିନ୍ତୁ ଏହା କେତେ ଅଜବ ହୋଇଥାଏ ନା, କେମିତି ଜଣେ ନୂଆ ମଣିଷ ସହ ଜୀବନ ଆରମ୍ଭ କରିବେ? ଯାହାକୁ ଆପଣ ଜାଣିନଥିବେ । ଏଥିପାଇଁ ଏହା ଜରୁରୀ ହୋଇଥାଏ କି ଯଦି ଆପଣ ଆରେଞ୍ଜ ମ୍ୟାରେଜ୍ କରୁଛନ୍ତି ତେବେ ପ୍ରଥମେ ନିଜ ଜୀବନ ସାଥୀକୁ ନେଇ କିଛି କଥା ଜାଣିରଖନ୍ତୁ ।

୧. ସମୟ ସୀମା ନିର୍ଦ୍ଧାରଣ କରନ୍ତୁ
ଯେବେ ବି ଆପଣଙ୍କ ଘରର ମୁରବି ଆପଣଙ୍କ ପାଇଁ କୌଣସି ପ୍ରସ୍ତାବ ଠିକ୍ କରୁଛନ୍ତି, ତେବେ ତୁରନ୍ତ ବିବାହ କରନ୍ତୁ ନାହିଁ । ବିବାହ ପୂର୍ବରୁ ଆପଣଙ୍କ ଜୀବନ ସାଥୀଙ୍କ ସହିତ କିଛି ସମୟ ନିହାତି ଅତିବାହିତ କରନ୍ତୁ, ଏବଂ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ।
୨. କିଛି ଲୁଚାନ୍ତୁ ନାହିଁ
ବିବାହ ପୂର୍ବରୁ ଯଦି ଆପଣଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଥିଲା, ତେବେ ଆପଣ ସେସବୁ କଥା ନ ଲୁଚାଇ ହେବାକୁ ଥିବା ଆପଣଙ୍କର ଜୀବନସାଥୀକୁ ସବୁ କହିଦେବା ଭଲ । ଯାହା ଆପଣଙ୍କର ଆଗାମୀ ଭବିଷ୍ୟତ ଜୀବନ ପାଇଁ ଲାଭଦାୟକ ହେବ ଏବଂ ଆପଣ ତାଙ୍କ ସହ ଖୁସିରେ ରହିପାରିବେ । ଯେଉଁଥିପାଇଁ ଆପଣଙ୍କୁ ଆପଣଙ୍କ ପାର୍ଟନକୁ ସବୁ କଥା କହିଦେବା ଉଚିତ୍ ।
୩. ଆର୍ଥିକ ସ୍ଥିତି ଜାଣିବା
ବିବାହ ପୂର୍ବରୁ ଆପଣଙ୍କୁ ଆପଣଙ୍କ ଜୀବନସାଥୀର ସାମିକ ଦରମା କିମ୍ବା ରୋଜଗାର ଜାଣିବା ଉଚିତ୍ । ଏହାସହ ଆପଣଙ୍କର ରୋଜଗାର ମଧ୍ୟ ତାଙ୍କୁ କହିଦେବା ଉଚିତ୍ । ଏହାଦ୍ବାରା ଆପଣଙ୍କ ସମ୍ପର୍କ ମଜବୁତ୍ ହୋଇଥାଏ।
୪. ପରିବାର ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ
ଯାହାସହ ଆପଣଙ୍କର ବିବାହ ହବାକୁ ଯାଉଛି ତାଙ୍କ ପରିବାର ଲୋକଙ୍କ ସହ କିଛି ସମୟ ନିହାତି ଅତିବାହିତ କରନ୍ତୁ । ବିବାହ ଦୁଇଟି ପରିବାର ମଧ୍ୟରେ ସମ୍ପର୍କ ଯୋଡିବା ଦ୍ବାରା ହିଁ ସମ୍ଭବ ହୋଇଥାଏ । ତେଣୁ ଦୁଇଟି ପରିବାର ଲୋକେ ଉଭୟ ଉଭୟଙ୍କ ସହ ସମୟ ଅତିବାହିତ କରିବା ଆବଶ୍ୟକ ।
୫.ଆପଣଙ୍କ ଇଚ୍ଛାକୁ ନିହାତି ପ୍ରକାଶ କରନ୍ତୁ
ବିବାହର ପୂର୍ବରୁ ଆପଣ ଆପଣଙ୍କ ହେବାକୁ ଥିବା ଜୀବନ ସାଥୀକୁ ଆପଣଙ୍କର ମନ କଥା କିମ୍ବା ଆପଣଙ୍କ ଇଚ୍ଛାକୁ ପରିପ୍ରକାଶ କରିବା ଜରୁରୀ । ଆପଣ ବିବାହ ପରେ କଣ ଚାହାନ୍ତି କିମ୍ବା କେଉଁ ଆଡେ ବୁଲିବାକୁ ପସନ୍ଦ କରନ୍ତି ଏହା ସହ କେଉଁଠି କିଛି ଚାକିରୀ କିମ୍ବା କିଛି କାମ କରିବାକୁ ଚାହାନ୍ତି ସେ ସବୁ ବିଷୟରେ ତାଙ୍କୁ ଜଣାଇବା ଉଚିତ୍ । ଯାହା ଦ୍ବାରା ବିବାହ ପରେ କୌଣସି ପ୍ରକାରର ଅସୁବିଧା ଆପଣଙ୍କୁ ଭୋଗ କରିବାକୁ ପଡିବ ନାହିଁ ।