Odia News Portal

୨୬ରେ ବ୍ୟବସାୟୀ ସଂଘର ଭାରତ ବନ୍ଦ

ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଭାରତ ବନ୍ଦ ଡ଼ାକରା

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ | ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଏହି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବ । ଏଥିରେ ଓଡିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଓ ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ ।

Image Source : CAIT

ତେବେ ଏହି ଆନ୍ଦୋଳନ ବେଳେ ଗମନାଗମନ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।୨୦୧୭ରେ କେନ୍ଦ୍ର ସରକାର ଆଣିଥିବା ଜିଏସଟିକୁ କଡ଼ା ବିରୋଧ କରିଛନ୍ତି ବ୍ୟବସାୟୀ ସଂଘ । ବ୍ୟବସାୟୀ ସଂଘର କହିବାନୁସାରେ ବାରମ୍ବାର କେନ୍ଦ୍ର ସରକାର ଜିଏସଟି ପରିବର୍ତ୍ତନ କରୁଛନ୍ତି, ଯାହା ଦ୍ୱାରା ଏହି ଜିଏସଟି ବ୍ୟବସାୟୀ ବିରୋଧୀ ଆଇନ ହୋଇଛି । ଏହାସହ ଏଭଳି ଆଇନ ଯୋଗୁଁ ବ୍ୟବସାୟୀଙ୍କୁ ଦୁଇଥର ଜିଏସଟି ଦେବାକୁ ପଡୁଛି ବୋଲି କହିଛି ବ୍ୟବସାୟୀ ସଂଘ ।