ଆମ ପୁରୁଷ ପ୍ରଧାନ ସମାଜରେ ପୁଅମାନେ ସବୁବେଳେ ଆଗରେ ଝିଅମାନେ ସବୁବେଳେ ପଛରେ ଏ ଧାରଣା ବହୁ କାଳରୁ ଚଳିଆସିଛି । କିନ୍ତୁ ପ୍ରକୃତରେ ଯେ ଝିଅମାନେ ପୁଅମାନଙ୍କ ଠାରୁ ଅନେକ କ୍ଷେତ୍ରରେ ଆଗରେ ଥାନ୍ତି ଏକଥା ହୁଏତ ବହୁତ ଲୋକ ଜାଣିନଥାନ୍ତି । କିନ୍ତୁ ଏମିତି ରାଶିର କିଛି ଝିଅ ଅଛନ୍ତି ଯେଉଁମାନେ ପୁଅ ମାନଙ୍କ ଠାରୁ ଯେ ମହୁତ ଆଗରେ ଏକଥା ବିଶ୍ୱାସ କରିହେବ ନାହିଁ । ଆସନ୍ତୁ ଜାଣିବା ଏହି ରାଶିର ଝିଅ ମାନଙ୍କ ଚରିତ୍ର ସଂମ୍ପର୍କରେ । ଏହି ରାଶି ମାନଙ୍କ ମଧ୍ୟରେ ଅଛନ୍ତି ବିଛା, ମକର ଓ ମେଷ ରାଶିର ଝିଅମାନେ । ସେମାନେ ଅନେକ କ୍ଷେତ୍ରରେ ପୁଅ ମାନଙ୍କ ଠାରୁ ଆଗରେ ରହି ନିଜର ପ୍ରଭାବ ଓ ପ୍ରତିଷ୍ଠା ବିସ୍ତାର କରିଥାନ୍ତି । ଆସନ୍ତୁ ପ୍ରଥମେ ଜାଣିବା ବିଛା ରାଶିର ଝିଅ ମାନଙ୍କ କଥା । ଏହି ରାଶିର ଝିଅମାନେ ଶାନ୍ତ ସ୍ୱଭାବର ହୋଇଥିଲେ ମଧ୍ୟ ଆବଶ୍ୟକ ସ୍ଥଳରେ ପୁରୁଷ ମାନଙ୍କ ଭଳି କଠୋର ଓ ଶକ୍ତିଶାଳୀ ହୋଇ କାମ କରିଥାନ୍ତି । ଅନ୍ୟ ମାନଙ୍କୁ ବୁଝିବା ପାଇଁ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଭଲ ଗୁଣ ରହିଥାଏ । ସେମାନେ ଯେଉଁ ନିଷ୍ପତି ନିଅନ୍ତି ତାହା ଭାବିଚିନ୍ତି ନିଅନ୍ତି ଏବଂ ନିଜର ଭୁଲକୁ ସହଜରେ ସ୍ୱୀକାର କରନ୍ତି ନାହିଁ । ସେହିପରି ମକର ରାଶିର ଝିଅମାନେ ବହୁ ସାବଧାନ ରୁହନ୍ତି ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ସହଜରେ ଇମୋସନାଳ ହୁଅନ୍ତି ନାହିଁ କିମ୍ବା ଫାଲତୁ କଥାକୁ ଗୁରୁତ୍ୱ ଦିଅନ୍ତିନାହିଁ । ନିଜ ହିସାବରେ ଯାହା ଉଚିତ ମନେ କରନ୍ତି ତାହା ନିର୍ଭୁଲ ଭାବେ କରନ୍ତି । ମେଷ ରାଶି ବହୁତ ଚତୁର ସେମାନେ ନିଜର ଚତୁରତା ଓ ଚାଲାଖି ବଦଳରେ ଅନ୍ୟର ବିଶ୍ୱାସ ଜିତିଥାନ୍ତି । ସେଥିପାଇଁ ସେମାନେ ଯେଉଁ କାମ ହାତକୁ ନିଅନ୍ତି ତାହାକୁ ନିଷ୍ଠାର ସହିତ ସଫଳଭାବେ ସମ୍ପନ୍ନ କରିଥାନ୍ତି । ଯାହାଫଳରେ ସେମାନେ ବିଭିନ୍ନ କ୍ଷେତ୍ରରେ ପୁଅ ମାନଙ୍କ ଠାରୁ ଆଗରେ ରହିଥାନ୍ତି ।