Odia News Portal

ଆସନ୍ତାକାଲି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେ କରୋନା ଲଢେଇରେ କରାଯିବ ସାମିଲ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆସନ୍ତାକାଲି ଏନେଇ ସମୀକ୍ଷା ବୈଠକ କରିବେ ନବୀନ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଏସଆରସି ପ୍ରଦୀପ ଜେନା ।

ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଁ ଗୁଡିକରେ ପୁଣିଥରେ କୋଭିଡ ପରିଚାଳନା କମିଟିକୁ ସକ୍ରିୟ କରାଯିବ । ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେ କରୋନା ଲଢେଇରେ ସାମିଲ କରାଯିବ । ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ସରପଞ୍ଚ ଏବଂ ୱାର୍ଡ ମେମ୍ବର । ସେହିଭଳି ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଗାଁ ଗାଁ ବୁଲି କରୋନା ବାବଦରେ ଲୋକଙ୍କୁ ସଚେତନ କରାଇବେ । ଏହାଛଡା କରୋନା କଟକଣାକୁ କଡାକଡି କରାଯିବ ।ଏତଦ ବ୍ୟତୀତ ମଲ, ବ୍ୟବସାୟିକ ପ୍ରତିଷ୍ଠାନ, ଭିଡ ହେଉଥିବା ସ୍ଥାନରେ କରୋନା ଗାଇଡଲାଇନକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ଏସପି ମାନଙ୍କୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।