Odia News Portal

ଏହି ଜିନିଷରୁ ଦୂରେଇ ରୁହନ୍ତୁ,ନଚେତ…

ଆଜିର ଯୁବ ପିଢ଼ି କୋଲଡ ଡ୍ରିଙ୍କସ ପ୍ରିୟ । ତେବେ ଏହି ସଉକ ଶରୀର ପାଇଁ ଭୀଷଣ କ୍ଷତିକାରକ । ବିଳାସପୁର ବିଶ୍ବବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟା କରଣ ବିଭାଗ ବିଶେଷଜ୍ଞଙ୍କ ମତରେ ଏଥିରୁ ଡାଇବେଟିଜ୍, ବ୍ଲଡପ୍ରେସର ଓ ହ୍ଦଜନିତ ରୋଗ ହେବାର ଅଶଙ୍କା ରହିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଗ୍ୟାସ ଥିବା କୋଲଡ ଡ୍ରିଙ୍କସରୁ ଟାଇପ-୨ ଡାଇବେଟିଜ୍ ହୋଇଥାଏ । ଏହା ସହ ବ୍ଲଡପ୍ରେସର ବଢ଼ିବାର ମଧ୍ୟ ଆଶଙ୍କା ରହିଛି । ଏଥିରେ ଯେତିକି କ୍ୟାଲୋରି ରହିଛି ସେଥିରେ ଶରୀରର ଓଜନ ବଢ଼ିଥାଏ । ବିଶେଷ କରି ବୟସ୍କ ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରିଥାଏ । ଦୁଇ ବର୍ଷ ତଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୫ଟି କୋଲଡ୍ ଡ୍ରିଙ୍କସର ନମୂନା ନେଇ ପରୀକ୍ଷା କରିଥିଲା । ଏଥିରେ ସିସା, କ୍ରୋମିୟମ, କ୍ୟାଡମିୟମ ଏବଂ ଡାଇପେଥଲେଟ ଭଳି ରାସାୟନିକ ପଦାର୍ଥ ରହିଛି । ଯାହା ଶରୀର ପାଇଁ କ୍ଷତିକାରକ । ଏକଥା ସିଦ୍ଧ ହେବା ପରେ ମଧ୍ୟ ଏସବୁକୁ ବ୍ୟାନ୍ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ଏହି ପାନୀୟ ଠାରୁ ପିଲାଠାରୁ ବୁଢ଼ା ସମସ୍ତେ ଦୂରେଇ ରହିବା ଉଚିତ ।