ଗଞ୍ଜାମ: କ୍ରସର ପାଇଁ ଘରେ ଥିବା ବିସ୍ଫୋଟକ ଗ୍ୟାସ୍ ଫାଟିବା ପରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାନୁଯାୟୀ, ବ୍ରହ୍ମପୁର ଉପଖଣ୍ଡ ସଦର ଥାନା କୁକୁଡ଼ାଖଣ୍ଡି ଏବି କ୍ରସରରେ ଥିବା ପରିତ୍ୟକ୍ତ ଘରେ ଏହି ଗ୍ୟାସ୍ ବିସ୍ଫୋରଣ ଘଟିଛି । ପରିତ୍ୟକ୍ତ ଘରେ କ୍ରସର ପାଇଁ ଥିବା ବିସ୍ଫୋଟକ ଯୋଗୁଁ ଅଧିକ ମୃତାହତ ଓ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ଘରେ ଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଂଚିଛନ୍ତି । ଗୁରୁତରମାନଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି । ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସନ୍ତୋଷ କୁମାର ଓ ସୁରେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।