କଟକ: ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ହେଉଥିବା ନେଇ ଦାୟର ଏକ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ଯଥାଶୀଘ୍ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ଆବେଦନକାରୀ ହେମନ୍ତ ରଥ ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆରଦାଶ ଏହି ନିର୍ଦ୍ଧେଶ ଦେଇଛନ୍ତି।ପୌରାଞ୍ଚଳ ଗୁଡିକର କାର୍ଯ୍ୟକାଳ ଦୁଇ ବର୍ଷ ହେଲାଣି ଶେଷ ହୋଇଥିଲେ ବି ଏହାର ନିର୍ବାଚନ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ।ଏପରିକି ସରକାର ଏପର୍ଯ୍ୟନ୍ତ ୱାର୍ଡ ଗୁଡିକର ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ କରିପାରିନାହାନ୍ତି।ସେହିପରି ଏଥିଲାଗି ଆଵଶ୍ୟକୀୟ ଅଧିନିୟମ ସଂଶୋଧନ ହୋଇନଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି।ତେବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଅଧିନିୟମ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ସେହିପରି ପୌର ନିର୍ବାଚନ ପୂର୍ବରୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ସୂଚନାଯୋଗ୍ୟ ୨୦୧୯ ମସିହା ଡିସେମ୍ବର ମାସରେ ପୌର ନିର୍ବାଚନ ରାଜ୍ୟରେ ବିଳମ୍ବ ହେଉଥିବାରୁ ଏହାକୁ ଶୀଘ୍ର କରାଇବା ପାର୍ଥନା କରି ଏକ ମାମଲା ଦାୟର କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
