Odia News Portal

ବିୟରରେ ମୁହଁ ଧୁଅନ୍ତୁ

କେତେକ ଲୋକଙ୍କ ଅନୁଯାୟୀ ବିୟର ତାଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ତ ଆଉ କେହି କହିଥାନ୍ତି ଏହା ସ୍ବାସ୍ଥ୍ୟକୁ ଖରାପ ପ୍ରଭାବ ପକାଇଥାଏ। ଏହି ଯୁକ୍ତି ସବୁବେଳେ ଲାଗିଥିବ କିନ୍ତୁ ଏହା ସତ ଯେ ବିୟରକୁ ବ୍ୟବହାର କରିବା ଦ୍ବାରା ବହୁତ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେମିତି ବିୟରକୁ ବ୍ୟବହାର କରି ଆପଣ ସୁନ୍ଦରତାକୁ ବଢ଼ାଇ ପାରିବେ।
ଗ୍ଲୋଇଙ୍ଗ୍ ସ୍କିନ ପାଇଁ ଅଧା ଛୋଟ ଚାମଚ ବିୟରରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ମିଶାଇ ମୁହଁରେ ଲଗାନ୍ତୁ। ଏହା ଶୁଖିଗଲା ପରେ ଫେସୱାସରେ ମୁହଁ ଧୋଇ ଦିଅନ୍ତୁ। ଆପଣଙ୍କ ତ୍ବଚା ନରମ ହୋଇଯିବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ତ୍ବଚା ଚମକିବ।
ଯଦି ଆପଣଙ୍କ ତ୍ବଚାରେ ଦାଗ କିମ୍ବା ଚିହ୍ନ ଥିବ ତେବେ ଏହା ପାଇଁ ଏକ ଚାମଚ ଟମାଟୋ ରସରେ ବିୟର ମିଶାନ୍ତୁ ଏବଂ ଏହାକୁ ଆପଣ ଚେହେରାରେ ମସାଜ କରନ୍ତୁ। ପାଞ୍ଚ ମିନିଟ ପରେ ଆପଣଙ୍କ ଚେହେରାକୁ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ତ୍ବଚାରୁ ଦାଗ ଦୂର ହେବା ସହିତ ଆପଣଙ୍କ ତ୍ବଚାର ରଙ୍ଗକୁ ମଧ୍ୟ ବଦଳାଇ ଦେଇଥାଏ।
ଯଦି ଆପଣଙ୍କ ତ୍ବଚା ଟ୍ୟାନ ହୋଇଯାଇଥାଏ ତେବେ ଏହା ପାଇଁ ଆପଣ ଦୁଇ ଚାମଚ ଅମ୍ରୁତଭଣ୍ଡାର ପେଷ୍ଟରେ ବିୟର ମିଶାନ୍ତୁ ଏବଂ ଏହା ପରେ ମସାଜ କରନ୍ତୁ। ଆପଣଙ୍କ ଟ୍ୟାନ ଦୂର ହୋଇଯିବା ସହିତ ତ୍ବଚାର ଚମକ ମଧ୍ୟ ବଢ଼ିଥାଏ।
ବିୟର ତ୍ବଚା ପାଇଁ ବହୁତ ଭଲ କ୍ଲିନଜର ଭଳି କାମ ଦେଇଥାଏ। ଆପଣ ଚାହିଁବେ ତ ଗୋଟେ ସପ୍ତାହ ପର୍ୟ୍ୟନ୍ତ ବିୟରରେ ଫେସୱାସ କରିପାରିବେ। ବିୟରକୁ ରାତିରେ ଶୋଇବା ସମୟରେ ଫେସୱାସ କରନ୍ତୁ ଏବଂ ଚେହେରାକୁ ଧୋଇ ଦିଅନ୍ତୁ ଏବଂ ଏହା ପରେ ଶୁଖିଲା କପଡାରେ ପୋଛି ଦିଅନ୍ତୁ।
କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ। ଧୋଇବା ପରେ ଭୁଲରେ ମଧ୍ୟ କଣ୍ଡିସନର କରନ୍ତୁ ନାହିଁ। ଏହା ପରେ ବିୟର ଢ଼ାଳନ୍ତୁ ଏବଂ ହାଲୁକା ଭାବରେ ସ୍କାଲ୍ପରେ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଯେପରି କେଶକୁ ଅଧିକ ନଘଷନ୍ତି କାରଣ ଏହା ଦ୍ବାରା ହେୟାରଫଲର ସମସ୍ୟା ହୋଇପାରେ। ଏବେ କେଶକୁ ଭଲଭାବେ ଧୋଇଦିଅନ୍ତୁ।