Odia News Portal

ବିଶ୍ଵ ମାତୃ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

*ଆଶା, ଏନଏମ୍ ଏବଂ ଅଙ୍ଗନୱାଡ଼ି କର୍ମୀ ମା ମାନଙ୍କୁ ଧନ୍ୟବାଦ୍ ଜଣାଇଲେ ନବୀନ ।

ଭୁବନେଶ୍ବର: ଆଜି ହେଉଛି ବିଶ୍ଵ ମାତୃ ଦିବସ । ମା ତାର ନିଜ ପିଲାମାନଙ୍କୁ ବିନା ସର୍ତ୍ତରେ ଭଲ ପାଆନ୍ତି | ମାର ଏହି ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃ ଦିବସ ପାଳନ କରାଯାଏ | ଏଥି ସହିତ, ଚଳିତ ବର୍ଷ ଏହି ଦିନ ୯ ମଇ ରବିବାର ଦିନ ପଡୁଛି |ତେବେ କରୋନାର ଏହି କଠିନ ସମୟରେ କାରୋନା ଯୋଦ୍ଧା ଭାବେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କୁ ନିଜ ପରିବାର ଭାବି ଆଗକୁ ଆଗେଇ ଆସିଥିବା ଆଶାକର୍ମୀ, ଏନଏମ୍ କର୍ମୀ ଓ ମିଶନ ଶକ୍ତିର ମା ମାନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମାତୃ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ମାଧ୍ୟମରେ ଲେଖିଛନ୍ତି କି,ଓଡିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସରେ ପ୍ରତିବଦ୍ଧ ଏବଂ ମହାମାରୀ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଥିବା ଆମର ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା – ଆଶାକର୍ମୀ, ଏନଏମ୍ କର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ମା ମାନଙ୍କୁ ମୋର ଧନ୍ୟବାଦ |