Odia News Portal

ଲାଲଗଡ଼ରେ ଲାଲବାହିନୀଙ୍କ ଜୀବନ ନେଲା କରୋନା

ମାଲକାନଗିରି: ଲାଲଗଡରେ ୧୦ ମାଓବାଦୀଙ୍କ କରୋନା ଦ୍ୱାରା ମୃତ୍ୟୁ ହୋଇଥିବା ସୂଚନା । କରୋନା ଓ ଫୁଡ ପଏଜନ ପାଇଁ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ୧୦ ମାଓବାଦୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳୁଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ଆସୁଛି । ଏନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

କରୋନା ସ୍ଥିତିକୁ ନେଇ ଏବେ ପୁରା ରାଜ୍ୟ ମହାମାରୀର ଶିକାର ହେଉଥିବା ସମୟରେ ଲଲଗଡରେ ତାଣ୍ଡବ ରଚିଛି ମହାମାରୀ।ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେ କରୋନା ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏଭଳି ପରିସ୍ଥିତିରେ ଆତ୍ମସର୍ମପଣ କରି ଚିକିତ୍ସା ସୁବିଧା ନେବାକୁ ଏସପି ଆହ୍ୱାନ ଦେଇଛନ୍ତି ।